ଓଲଟି ପଡ଼ିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର।


(୨୯/୧୦) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି।ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର।ଓଡି-୩୩ ୟୁ-୩୧୪୨ ନମ୍ବର ଥିବା ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ କଣ୍ଟାଗାଁ ରେ ଥିବା ନଳିନୀ ପ୍ରଭା ଇଣ୍ଡିଆନ ଗ୍ୟାସ ଗୋଦାମ ଠାରେ ଗ୍ୟାସ ସିଲିଣ୍ଡର ଖାଲି କରି ଖାଲି ସିଲିଣ୍ଡର ଗୁଡ଼ିକ ନେଇ ମୈଦଲପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।କେଉଁ କାରଣରୁ ଗାଡ଼ି ଟି ଓଲଟି ପଡ଼ିଲା ବର୍ତ୍ତମାନ ସୁଦ୍ଧା ତାହା ଅସ୍ପଷ୍ଟ ରହିଛି।ଘଟଣା ସ୍ଥଳରେ ତେନ୍ତୁଳିଖୁଣ୍ଟି ପୋଲିସ ପ୍ରଶାସନ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। (ରିପୋର୍ଟ-ବାବୁଲି ଗଣ୍ଡ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଓଲଟି ପଡ଼ିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର।