ଫୁଲ ତୋଳିବାବେଳେ ନାବାଳିକା ଧରା ପଡ଼ିବାରୁ ୪୦ ଟି ଦଳିତ ପରିବାର ‌ଗାଁରୁ ବାସନ୍ଦ


(୨୨/୮) ଢେଙ୍କାନାଳ ଜିଲ୍ଲାରେ ଏକ ଲୋମ ହର୍ଷଣକାରୀ ଘଟଣା ଘଟିଥିବା ଜାଣିବାକୁ ମିଳିଛି । ଏକ ଦଳିତ ପରିବାରର ୧୫ ବର୍ଷର ନାବାଳିକା ଝିଅ ଉଚ୍ଚଜାତିର ଏକ ଘରୁ ଫୁଲ ତୋଳିବା ସମୟରେ ଧରା ପଡ଼ିିବାରୁ ସେହି ଗାଁରେ ବାସ କରୁଥିବା ୮୦୦ ଦଳିତ ପରିବାର ଭିତରୁ ୪୦ ଟି ପରିବାରକୁ ବାସନ୍ଦ କରିଦେଇଛନ୍ତି । ଦୁଇ ମାସ ତଳେ ଢେଙ୍କାନାଳ ଜିଲ୍ଲାର କାନ୍ତିଓ କତେନୀ ଗାଁରେ ଏହି ଘଟଣାଟି ଘଟିଥିଲେ ବି ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ହେବା ପରେ ଏହି ଦଳିତ ପରିବାରମାନଙ୍କୁ ଏବେ ବାସନ୍ଦ କରି ଦେଇଛନ୍ତି । ‘ଇଣ୍ଡିଏନ୍ ଏକ୍ସପ୍ରେସ’ ର ରିପୋର୍ଟ ଅନୁସାରେ ଘଟଣାର ଶୀଘ୍ର ସମାଧାନ ହୋଇଯିବା ଭାବି ଉକ୍ତ ଝିଅର ବାପା ଘଟଣା ପରେ ସଙ୍ଗେସଙ୍ଗେ କ୍ଷମା ପ୍ରାର୍ଥନା କରିଥିଲେ ବି ଗାଁରେ ବୈଠକ ଡାକି ସେମାନଙ୍କୁ ବାସନ୍ଦ କରାଗଲା । ସେମାନଙ୍କ ସାଙ୍ଗରେ ଏବେ ଗାଁର କେହି କଥାବାର୍ତ୍ତା ହେଉ ନାହାନ୍ତି କି ଦୋକାନୀ ଜିନିଷପତ୍ର ଦେବାକୁ ବି ମନା କରିଦେଉଛନ୍ତି । ଫଳରେ ସେମାନେ ୫ କିଲୋମିଟର ଦୂରକୁ ଯାଇ ଜିିନିଷପତ୍ର ଆଣିବାକୁ ପଡ଼ୁଛି ବୋଲି ଜଣାପଡ଼ିଛି । କେବଳ ସେତିକି ନୁହେଁ, ଏହି ଗାଁରେ ସେମାନେ କୌଣସି ବିବାହ କିମ୍ବା ଶବସତ୍କାର କାର୍ଯ୍ୟ ମଧ୍ୟ କରିପାରିବେନି ବୋଲି ନିଷ୍ପତ୍ତି ଗାଁରେ ସ୍ଥିର ହୋଇଛି । ପାଖ ସ୍କୁଲରେ ସେମାନଙ୍କ ପିଲାପିଲିଙ୍କୁ ମଧ୍ୟ ପଢ଼ିବାକୁ ଦିଆଯାଉନି ଓ ସେହି ସମ୍ପ୍ରଦାୟର ଯେଉଁ ଶିକ୍ଷକମାନେ ଗାଁସ୍କୁଲରେ ଶିକ୍ଷକତା କରୁଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ମଧ୍ୟ ଚାପ ପ୍ରୟୋଗ କରୁଛନ୍ତି । କିନ୍ତୁ ଦୁଃଖର କଥା ଯେ, ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସକୁ ଅଗଷ୍ଟ ୧୭ ତାରିଖରୁ ଜଣାଇଥିଲେ ବି ଏଯାଏଁ ତାହା ସମାଧାନ ହୋଇପାରି ନାହିଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଫୁଲ ତୋଳିବାବେଳେ ନାବାଳିକା ଧରା ପଡ଼ିବାରୁ ୪୦ ଟି ଦଳିତ ପରିବାର ‌ଗାଁରୁ ବାସନ୍ଦ