(୦୪/୮) ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ଧାନ ଚାଷ ଓ ମକା ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଅଭାବରୁ ଚାଷ ଜମି ଗୁଡ଼ାକ ଫାଟି ଆଁ କଲାଣି। ବର୍ତ୍ତମାନ ବର୍ଷା ହେଲେ ମଧ୍ୟ ଧାନ ଅମଳରେ ବହୁ ପରିମାଣରେ କ୍ଷୟକ୍ଷତି ଘଟିବା ସମ୍ବାବନା ରହିଛି।ଏହି କରୋନା ମହାମାରୀ ବିପତ୍ତି ସମୟରେ ଚାଷୀମାନେ ବିଭିନ୍ନ ବ୍ୟାଙ୍କରୁ ଋଣ କରି ଚାଷ କରିଛନ୍ତି।ଏବେ ଋଣ କେମିତି ସୁଝିବେ ତାହାକୁ ନେଇ ଚିନ୍ତାରେ ଚାଷୀ। ତେଣୁ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଫସଲ ହାନି ଏବଂ କୃଷି ଋଣ ଛାଡ଼ ନିମନ୍ତେ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗୃପ ତଥା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନେ ଆଜି ଏକତ୍ରିତ ହୋଇ ମହାମହିମ ରାଜ୍ୟପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। (ରିପୋର୍ଟ-ବାବୁଲି ଗଣ୍ଡ)
ଚାଷ କ୍ଷୟକ୍ଷତି ହୋଇଥିବା ଅଭିଯୋଗରେ ରାଜ୍ୟପାଳଙ୍କୁ ଦାବିପତ୍ର
