(୧୭/୮) ରାୟଗଡ଼ା ଜିଲ୍ଲାର ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ନେତ୍ରାନନ୍ଦ ଦଣ୍ଟସେନାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ୨୦୧୩ ଅକ୍ଟୋବର ୨୭ ତାରିଖ ଦିନ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ଏ ଘଟଣା ନେଇ ରାଜ୍ୟସାରା ବହୁ ତୁମ୍ବିତୋଫାନ୍ ହୋଇଥିଲା । ଏହି ମାମଲାରେ ୨୦୧୬ ମସିହା ଏପ୍ରିଲ ୨୬ ତାରିଖ ଦିନ କୋର୍ଟ କାଶୀପୁର ବ୍ଲକର ତତ୍କାଳୀନ ସ୍କୁଲ ସବ-ଇନସ୍ପେକ୍ଟର ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେହିଦିନଠାରୁ ସେ କୋରାପୁଟର ଜେଲରେ ସେ ଆଜୀବନ ଦଣ୍ଡ ଭୋଗୁଥିଲେ । ସେ ଅସୁସ୍ଥ ହେବାରୁ ଗତକାଲି ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସକାଳେ ମୃତ୍ୟୁ ହୋଇଥିବା ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି । ଘଟଣା ଏତେ ସମ୍ବେଦନଶୀଳ ଥିଲା ଯେ ରାଜ୍ୟର କ୍ରାଇମ ବେଞ୍ଚ ସମେତ ସିବିଆଇ ମଧ୍ୟ ଏହି ଘଟଣାର ତଦନ୍ତ କରିଥିଲେ।
ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାର ମୁଖ୍ୟ ଦୋଷୀର ମୃତ୍ୟୁ
