“ସରକାରଙ୍କୁ ଘେରୁଥିବା ଲୋକଙ୍କୁ ବାଧା ଦେବାକୁ ଲକ୍ ଡାଉନ ଚାଲୁ ରହିଛି !”


(୩୦/୭) ରାଜନୈତିକ କାର୍ଯ୍ୟକଳାପ, କୋର୍ଟ କାମ ଓ ସରକାରଙ୍କୁ ଘେରିବା କାମରେ ଲୋକଙ୍କୁ ବାଧା ଦେବାକୁ କେବଳ ଲକ୍ ଡାଉନ ଚାଲୁ ରହିଛି ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଛନ୍ତି । ସେ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ମେଟ୍ରୋ ଅଂଚଳରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ୨୫ % ଲୋକ ଆକ୍ରାନ୍ତ ଓ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଠିକ୍ ନାହିଁ । ଆମର ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ରହିଛି । ତେଣୁ ଏହା ସ୍ପଷ୍ଟ ଯେ, ଲକ୍ ଡାଉନ୍ ବିଫଳ ହୋଇଛି । କିନ୍ତୁ କରୋନାକୁ ଯେଭଳି ରୂପେ ପୂର୍ବରୁ ବ୍ୟାଖ୍ୟା କରାଯାଉଥିଲା, ପ୍ରକୃତରେ ସେପରି ନୁହେଁ । କେବଳ ରାଜନୈତିକ କାର୍ଯ୍ୟକଳାପ, କୋର୍ଟ କାମ ଓ ସରକାରଙ୍କୁ ଘେରିବା କାମରେ ଲୋକଙ୍କୁ ପ୍ରତିହତ କରିବାକୁ ଏହି ଲକ୍ ଡାଉନ୍ ଲାଗୁ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing “ସରକାରଙ୍କୁ ଘେରୁଥିବା ଲୋକଙ୍କୁ ବାଧା ଦେବାକୁ ଲକ୍ ଡାଉନ ଚାଲୁ ରହିଛି !”