(୨୦/୧୦) କେନ୍ଦ୍ର ସରକାର କରୋନା ଆକ୍ରାନ୍ତ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ‘ଆରୋଗ୍ୟ ସେତୁ’ ଓ ପ୍ରଦୂଷଣ ଅଂଚଳ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ‘ସମୀର୍’ ଭଳି ମୋବାଇଲ୍ ଆପ ଲଂଚ କରିଥିବାବେଳେ ରାଜ୍ୟ ସରକାର ମଧ୍ୟ ପଛରେ ନାହାନ୍ତି । ବିଦ୍ୟୁତ ଗ୍ରାହକମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ‘ମୋ ବିଦ୍ୟୁତ’ ଆପ୍ର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ ବୋଲି ସରକାର ପ୍ରକାଶ କରିଛନ୍ତି । ମୋ ବିଦ୍ୟୁତ୍ ଆପ୍ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୫ କିଲୋୱାଟ୍ ଯାଏଁ ବିଜୁଳି ବ୍ୟବହାର ପାଇଁ ଏଣିକି ୪୮ ଘଣ୍ଟା ଭିତରେ ସଂଯୋଗ ମିଳି ପାରିବ । ଘରୋଇ, ବ୍ୟବସାୟ, କୃଷି ଓ ଜଳସେଚନ ପାଇଁ ମଧ୍ୟ ୪୮ ଘଣ୍ଟା ଭିତରେ ସଂଯୋଗ ମିଳିପାରିବ ବୋଲି ସେ ସେ କହିଛନ୍ତି । ଏହି ମୋବାଇଲ୍ ଆପ୍ ଲଂଚ ହେବା ଫଳରେ ବିଦ୍ୟୁତ୍ ସେବାରେ ସ୍ୱଚ୍ଛତା ରହିବା ସହ ନିର୍ଦ୍ଧାରୀତ ସମୟ ଭିତରେ ସେବା ମିଳି ପାରିବ ବୋଲି ସରକାରଙ୍କ ଆଶା ରହିଛି ।
‘ମୋ ବିଦ୍ୟୁତ୍’ ଆପ୍ର ଶୁଭାରମ୍ଭ: ଏଥର ବିଦ୍ୟୁତ ସେବା ପାଇବାରେ ଗ୍ରାହକଙ୍କୁ ହେବ ସୁବିଧା !
