(୦୮/୧୦) କଣ୍ଟାବାଞ୍ଜିର ଠିକାଦାରମାନେ ଅନଶନରେ ବସିବା ଆଜି ଚତୁର୍ଥ ଦିନ ହେବା ସତ୍ତ୍ୱେ ତାଙ୍କର ସମସ୍ୟା ପ୍ରତି ପ୍ରଶାସନ ପଦକ୍ଷେପ ନ ନେବା ପଛରେ କୌଣସି ରାଜନୈତିକ ଚାପ ନାହିଁ ତ? ବଲାଙ୍ଗୀର ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ କଣ୍ଟାବାଞ୍ଜିକୁ ଆସୁଥିଲେ ବି ଅନଶନରେ ବସିଥିବା ଠିକାଦାରମାନଙ୍କ ସମସ୍ୟାକୁ ନ ଦେଖିବା ପଛରେ ରାଜନୈତିକ କାରଣ ନାହିିଁ ତ? ଏପରି ଅନେକ ପ୍ରଶ୍ନ ସ୍ଥାନୀୟ ଲୋକଙ୍କ ମନରେ ଉଙ୍କି ମାରୁଛି । ଠିକାଦାରମାନଙ୍କ ସୂଚନାନୁଯାୟୀ ସେମାନେ ଚୁକ୍ତି ମୁତାବକ ଡ୍ରେନ ନିର୍ମାଣ କାମ, ରାସ୍ତା କାମ ଓ କବରଖାନ ଉନ୍ନତିକରଣ କାମ ସେପ୍ଟେମ୍ବର ୨୦୧୮ ଭିତରେ ସମ୍ପୂର୍ଣ୍ଣ କରି ଦେଇଥିଲେ । ସେମାନେ ତାଙ୍କର ବଳକା ବିଲ୍ ପାଇବାକୁ ବଲାଙ୍ଗୀରର ତତ୍କାଳୀନ ଜିଲ୍ଲାପାଳଙ୍କୁ ଗୁହାରୀ ବି କଲେ । ଜିଲ୍ଲାପାଳ ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ବି ଦେଲେ । ଏହାପରେ ଠିକାଦାରମାନେ ଉପ-ଜିଲ୍ଲାପାଳଙ୍କୁ ବି ଭେଟିଲେ, ହେଲେ ସେଥିରେ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଚାରିି ଦିନ ହେଲା ପୌରପାଳିକା ସମ୍ମୁଖରେ ଅନଶନରେ ବସିଛନ୍ତି । ଠିକାଦାରମାନଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ରାଜ୍ୟର ୫-ଟି ସଚିବ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଏବେ ଦାବୀ କରିଛନ୍ତି । (ରିପୋର୍ଟ–ଏସ୍କେ ସମିମ୍)
ଏନ୍ଏସି ସମ୍ମୁଖରେ ଠିକାଦାରଙ୍କ ଅନଶନକୁ ୪ର୍ଥ ଦିନ ହେଲା, ୫-ଟି ସଚିବ ହସ୍ତକ୍ଷେପ କରିବାକୁ ଦାବୀ !
