(୧୪/୯) ଇସ୍ରାଏଲରେ ଦେଶ ସାରା ଲକଡାଉନ୍ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଯିହୁଦୀମାନଙ୍କ ପର୍ବ ‘ରୋଷ ହୋଶାନ୍ନା’ ର ପୂର୍ବରୁ ଶୁକ୍ରବାର ଦିନ ୨ ଟାରୁ ଏହି ‘ଲକ୍ ଡାଉନ୍’ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ‘ଲକ୍ ଡାଉନ୍’ ସେପ୍ଟେମ୍ବର ୨୮ ରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ଯାଏଁ ଚାଲିବ, ଏହାପରେ ‘ଲକ୍ ଡାଉନ୍’ ଉପରେ ସମୀକ୍ଷା ହେବ । ଏହି ‘ଲକ୍ ଡାଉନ୍’ ସମୟରେ ପୋଲିସ୍ ଓ ସୈନିକମାନେ ଲୋକଙ୍କୁ ନିଜ ସମ୍ପତ୍ତିବାଡ଼ିଠାରୁ ୫୦୦ ମିଟର ଦୂରରେ ଅଟକାଇବେ । ଲୋକେ କେବଳ ଅତ୍ୟାବଶ୍ୟକ ଜିନିଷ ଯେପରିକି ଖାଦ୍ୟଦ୍ରବ୍ୟ ବା ଔଷଧ ସାମଗ୍ରୀ ପାଇଁ ଘରୁ ପଦାକୁ ବାହାରି ପାରିବାକୁ ଅନୁମତି ରହିବ । ପ୍ରଥମ ପର୍ଯ୍ୟାୟ ‘ଲକ୍ ଡାଉନ୍’ ଦ୍ୱାରା ଯଦି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟ ‘ଲକ୍ ଡାଉନ୍’ ହେବ ବୋଲି ସରକାର କହିଥିବା ’ସିବିଏନ୍ ନ୍ୟୁଜ’ ପ୍ରକାଶ ପାଇଛି ।
ଦେଶବ୍ୟାପି ୨୧ ଦିନିଆ ‘ଲକଡାଉନ୍’ କରିବାକୁ ନିଷ୍ପତ୍ତି ନେଲା ଇସ୍ରାଏଲ !
