କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ୩ ୟ ସ୍ଥାନକୁ ଉଠିଲା !


(୦୬/୭) ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪,୨୪୮ ନୂଆ କରୋନା ମାମଲା ଚିହ୍ନଟ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭,୪୧୩ ହୋଇଛି ଓ ୪୨୫ ଜଣଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯,୬୯୩ କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଦେଶରେ ଲଗାତାର ଚାରି ଦିନ ହେଲା ୨୦ ହଜାର କରୋନା ରୋଗୀ ଚିହ୍ନଟ ହେଲେଣି । ଏହି କରୋନା ମହାମାରୀ ବିଶ୍ୱର ସର୍ବାଧିକ ଆକ୍ରାନ୍ତଙ୍କ ଦେଶର ତାଲିକାରେ ଋଷକୁ ପଛରେ ପକାଇ ରବିବାର ଭାରତ ତୃତୀୟ ସ୍ଥାନକୁ ଚାଲିଗଲାଣି । ତେବେ ଅନ୍ୟ ଏକସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଇତିମଧ୍ୟରେ ଆହୁରି ୧୩୮୧ ଟି ନୂଆ ମାମଲା ଯୋଡ଼ି ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୬.୯୮,୭୯୪ ରେ ପହଂଚିଲାଣି । ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଆଜି ରାଜ୍ୟରେ ଆହୁରି ୪୫୬ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଏଥି ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ହୋଇଥିବାବେଳେ ୬୨୨୪ ଜଣ ଚିକିତ୍ସିତ ହୋଇ ଘରକୁ ଫେରି ସାରିଥିବାବେଳେ ୩୨୫୬ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ କୌଣସି ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇ ନାହିଁ ଓ ଏହା ୪୬ ରେ ସୀମିତ ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ୩ ୟ ସ୍ଥାନକୁ ଉଠିଲା !