କରୋନା ସଂକ୍ରମଣରେ ବିଶ୍ୱରେ ୧ ନମ୍ବର ହୋଇପାରେ ଭାରତ !

ଗୋଟିଏ ଦିନରେ ରାଜ୍ୟରେ ୧୨୬୪ ଓ ଦେଶରେ ୪୫,୭୨୦ କରୋନା ଆକ୍ରାନ୍ତ ଚିହ୍ନଟ


(୨୩/୭) ରାଜ୍ୟରେ ଦିନକୁ ଦିନ କରୋନା ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗିବାରେ ଲାଗିଛି । ସେପଟେ ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୦୭୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଥିବାବେଳେ ଆଜି ଗୋଟିଏ ଦିନ ପରେ ସେହି ରେକର୍ଡ଼ ଭାଙ୍ଗି ତାହା ୧୨୬୪ ହୋଇଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ହୋଇଛି । ଗତ ମେ ୨୨ ତାରିଖରେ ରାଜ୍ୟରେ ମାତ୍ର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ଥିଲା । ତେବେ ଜୁନ ୧୩ ତାରିଖର ରେକର୍ଡ଼ ଅନୁସାରେ ସେଦିନ ରାଜ୍ୟରେ ପୂର୍ବର ସମସ୍ତ ରେକର୍ଡ଼ ଭାଙ୍ଗି ୨୨୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେହିପରି ଗତ ଜୁଲାଇ ୩ ତାରିଖ ଦିନ ରାଜ୍ୟରେ ୫୬୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରା୍‌ଯିବା ପରେ ଦୈନିକ ୫ ଶହ ଆକ୍ରାନ୍ତ ଚିହ୍ନଟ ହେବେ ବୋଲି ଅନେକ ଗଣମାଧ୍ୟମ ଆକଳନ କରିଥିଲେ । କିନ୍ତୁ ସେସବୁ ଆକଳନ ଆଜି ଫେଲ୍ ହୋଇଯାଇଛି । ଆଜି ୨୦ ଦିନ ପରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରକୁ ଡେଇଁ ଗୋଟିଏ ଦିନରେ ୧୨୬୪ ହେବା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୨ ହଜାରରେ ପହଂଚିଲାଣି । ସେହିପରି ମାତ୍ର ୧୮ ଦିନ ପୂର୍ବରୁ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଭିତରେ ଥିବାବେଳେ ଆଜିର ୪୫,୭୨୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ ପରେ ତାହା ସାଢ଼େ ୧୨ ଲକ୍ଷ ହେଲାଣି । ଦିନକୁ ଏବେ ପ୍ରାୟ ୪୦ ହଜାର ନୂଆ ଆକ୍ରାନ୍ତ ଦୈନିକ ଏମିତି ଆସିଲେ ଭାରତ ଆମେରିକାକୁୁ ପଛରେ ପକାଇ ଖୁବ ଶୀଘ୍ର ବିଶ୍ୱରେ ୧ ନମ୍ବର ଯେ ହୋଇ ନ ଯିବ, ଏହା କେହି ଅସ୍ୱୀକାର କରିପାରିବେ ନାହିଁ!

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନା ସଂକ୍ରମଣରେ ବିଶ୍ୱରେ ୧ ନମ୍ବର ହୋଇପାରେ ଭାରତ !