ଭାରତରେ ଇଣ୍ଟରନେଟ ବ୍ୟବହାରକୁ ୨୫ ବର୍ଷ ପୂରିଲା !


(୧୫/୮) ଭାରତରେ ପ୍ରଥମ ଇଣ୍ଟରନେଟ ସଂଯୋଗ ଟାଟା କମ୍ପାନୀଦ୍ୱାରା ପରିଚାଳିତ ‘ବିଦେଶ ସଞ୍ଚାର ନିଗମ ଲିମିଟେଡ୍‌’ ବା ଭିଏସଏନ୍‌ଏଲ୍ ୧୯୯୫ ମସିହାରେ ଆରମ୍ଭ କରିଥିବାର ଜଣାଯାଏ । ସେତେବେଳେ ଉକ୍ତ କମ୍ପାନୀ ୪୦ ମିନିଟ୍ ପିଛା ୧୫୦୦୦ ଟଙ୍କା ଦରରେ ୧୨୮ କେବିପିଏସ୍‌ର ଏକ ପ୍ଲାନ ଲଂଚ କରିଥିଲା, ଯାହାକି ମାସକୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଥିଲା । ଆରମ୍ଭରେ ଇଣ୍ଟରନେଟ୍‌ର ବେଗ ମହାନଗର ମାନଙ୍କରେ ମାତ୍ର ୯.୬ କେବିପିଏସ୍ ଥିଲା ବୋଲି ମଧ୍ୟ କୁହାଯାଏ । ଆଜିକାର ପରି ସେତେବେଳେ ଲୋକଙ୍କ ପାଖରେ କମ୍ପ୍ୟୁଟର କି ସ୍ମାର୍ଟଫୋଟ ନ ଥିବାରୁ ଲୋକେ ଇଣ୍ଟରନେଟ ପାର୍ଲର ଉପରେ ନିର୍ଭର କରୁଥିଲେ । କିନ୍ତୁ ବର୍ତ୍ତମାନ ଯୁଗ ବଦଳି ଯାଇଛି । ଏବେ ଘରେଘରେ ଛୋଟରୁ ବୁଢ଼ାଯାଏଁ ସମସ୍ତଙ୍କ ପାଖରେ ମୋବାଇଲ ଫୋନ ରହିଛି । ଦେଶରେ ୯୦% ଲୋକ ତାଙ୍କ କାରବାର କରିବାକୁ ଇଣ୍ଟରନେଟ ଉପରେ ନିର୍ଭର କରିଥାନ୍ତି ବୋଲି କୁହାଯାଏ । ମୋବାଇଲ ଇଣ୍ଟରନେଟ୍‌ର ବେଗ ଅନୁସାରେ ଭାରତ ପୃଥିବୀର ୧୨୯ ନମ୍ବରରେ ରହିଛି ବୋଲି ମଧ୍ୟ କୁହାଯାଏ । ୨-ଜି, ୩-ଜି ତାପରେ ୪-ଜି ମୋବାଇଲ ଫୋନ୍ ଓ ଇଣ୍ଟରନେଟ୍ ଆସିବା ପରେ ଏବେ ୫-ଜି ନେଟୱର୍କ ପାଇଁ ଏବେ ଚେଷ୍ଟା ଚାଲିଛି । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ବଜାରରେ ୪-ଜି ଇଣ୍ଟରନେଟ ଲଂଚ କରିବା ପରେ ପରେ ବର୍ତ୍ତମାନ ପ୍ରାୟ ସମସ୍ତେ ସେଇ ୪-ଜି ନେଟୱର୍କକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସହରରେ ବାସ କରୁଥିବା ଲୋକଙ୍କ ବ୍ୟତୀତ ଗ୍ରାମାଂଚଳର ୫୦ କୋଟିରୁ ଅଧିକ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଭାରତରେ ଇଣ୍ଟରନେଟ ବ୍ୟବହାରକୁ ୨୫ ବର୍ଷ ପୂରିଲା !