କଣ୍ଟାବାଞ୍ଜିରେ ବିଭିନ୍ନ ସଂଗଠନ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରା୍ଜ୍ୟର ସମସ୍ତ କରୋନା ଯୋଦ୍ଧାମାନଙ୍କୁୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତ ଓଡ଼ିଆଙ୍କୁ ଆହ୍ୱାନ ଦେଇଥିଲେ । ଏହାକୁ ସମ୍ମାନ ଜଣାଇ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ବିଭିନ୍ନ ସଂଗଠନ ଯଥା :-ରାଜନୀତିକ ସଂଗଠନ, ଶିକ୍ଷାନୁଷ୍ଠାନ ଓ ଛାତ୍ର, ସମାଜସେବୀ, ପ୍ରଶାସନିକ ସଂସ୍ଥା ଗୁଡ଼ିକ ଏଥିରେ ଯୋଗଦାନ କରିଥିଲେ । କଣ୍ଟାବାଞ୍ଜି ସହରର କରୋନା ଯୋଦ୍ଧା ମାନଙ୍କୁ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ସମ୍ମାନିତ କରିଥିବାବେଳେ ଠିକ୍ ସନ୍ଧ୍ୟା ୫ ଟା ୩୦ ମିନିଟରେ ରାଜ୍ୟର ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ କରିଥିଲେ । (ରିପୋର୍ଟ : ଏସ୍‌କେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଣ୍ଟାବାଞ୍ଜିରେ ବିଭିନ୍ନ ସଂଗଠନ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ ।