କୋଇଲା ଚୁଲିର ନିଆଁରୁ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ବ୍ରଜରାଜନଗରରେ ଉଭୟ ଦମ୍ପତିଙ୍କ ମୃତ୍ୟୁ ।


(୧୬/୧୦) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁରରେ ଦୁଇ ସ୍ୱାମୀ-ସ୍ତ୍ରୀ ନିଆଁ ଲାଗିବା ଫଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ଘଟିଥିବା ଏହି ଘଟଣାରେ ୪୫ ବର୍ଷ ବୟସ୍କ ଗିରିବର ଦାସଙ୍କ ସ୍ତ୍ରୀ ବାହାରେ ନିଜ କୋଇଲା ଷ୍ଟୋଭ୍‌ରେ ନିଆଁ ଲଗାଇବା ପରେ ତାକୁ ଘର ଭିତରକୁ ନେଉଥିଲେ । ଏହି ସମୟରେ ତାଙ୍କର ପିନ୍ଧିଥିବା ଲୁଗାରେ ଜଳୁଥିବା କୋଇଲାର ନିଆଁ ଲାଗି ଯାଇଥିଲା । ସଙ୍ଗେସଙ୍ଗେ ସେ ନିଜ ପିନ୍ଧିଥିବା ଲୁଗାକୁ ଫିଙ୍ଗି ଦେଇଥିଲେ ବି ନିଆଁ ତାଙ୍କର ଦେହରେ ଏତେ ମାତ୍ରାରେ ଲାଗି ଯାଇଥିଲା ଯେ ସେ ଆଉ ନିଜକୁ ବଂଚାଇ ପାରିଲେ ନାହିଁ । ନିଜ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଥିବାରୁ ଜାଣିଲେ ସଙ୍ଗେସଙ୍ଗେ ଗିରିବର ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ସେ ବି ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଏହାପରେ ଘରେ ଥିବା ଅନ୍ୟାନ୍ୟ ସ୍ଥାନକୁ ନିଆଁ ବ୍ୟାପିବା ଫଳରେ ଘରର ଅନେକ ଜିନିଷପତ୍ର ପୋଡ଼ି ଯାଇଥିବା ଖବର ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କୋଇଲା ଚୁଲିର ନିଆଁରୁ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ବ୍ରଜରାଜନଗରରେ ଉଭୟ ଦମ୍ପତିଙ୍କ ମୃତ୍ୟୁ ।