(୧୯/୯) ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୦୯ ହୋଇଥିବାବେଳେ ୧୫ ଜିଲ୍ଲାରେ ୧୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ସର୍ବାଧିକ ଚିହ୍ନଟ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା-ଖୋର୍ଦ୍ଧାରେ ୬୬୩, କଟକରେ ୪୯୧, ପୁରୀରେ ୩୨୬, ବାଲେଶ୍ୱରରେ ୧୮୩, ଯାଜପୁରରେ ୧୭୬, ସମ୍ବଲପୁରରେ ୧୫୪, ଜଗତସିଂହପୁରରେ ୧୪୬, କେନ୍ଦ୍ରାପଡ଼ାରେ ୧୨୩, ସୁନ୍ଦରଗଡ଼ରେ ୧୨୧, ବରଗଡ଼ରେ ୧୧୬, କୋରାପୁଟରେ ୧୧୪, ଅନୁଗୁଳରେ ୧୦୯, ମୟୁରଭଞ୍ଜରେ ୧୦୭, କନ୍ଧମାଳରେ ଓ ନବରଙ୍ଗପୁରେ ୧୦୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକରେ ୪୩, ବଲାଙ୍ଗୀରରେ ୭୮, ବୌଦ୍ଧରେ ୫୫, ଦେବଗଡ଼ରେ ୨୩, ଢେଙ୍କାନାଳ ଓ ଝାରସୁଗୁଡାରେ ୮୦ ଲେଖାଏଁ, ଗଜପତିରେ ୪୩, ଗଞ୍ଜାମରେ ୬୫, କଳାହାଣ୍ଡିରେ ୯୦, କେନ୍ଦୁଝରରେ ୭୨, ମାଲକାନଗିରିରେ ୬୩, ନୟାଗଡ଼ରେ ୪୭, ନୂଆପଡ଼ାରେ ୫୨, ରାୟଗଡ଼ାରେ ୯୨ ଓ ସୋନପୁରରେ ୮୩ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦ କୁ ବୃଦ୍ଧି ପାଇଛି ଓ ଏବେ ମଧ୍ୟ ରାଜ୍ୟରେ ୩୭,୨୩୯ ଜଣ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ତେବେ ଯେଉଁ ଗତିରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଅନୁଧ୍ୟାନ କଲେ ଆଗାମୀ ୪ ଦିନ ଭିତରେ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷକୁ ଟପିଯିବ ଭଳି ଲାଗିଲାଣି ।
ଆଜି ରାଜ୍ୟର ୧୫ ଜିଲ୍ଲାରେ ୧୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷକୁ ଟପିଯିବ !
