ଆଇଏଏସ୍ ଆରତୀ ଡୋଗ୍ରା : ମହିଳାମାନଙ୍କ ନିମନ୍ତେ ଏକ ଉଦାହରଣ !


(୦୨/୮) ଏବେ ଏହି ମହିଳାଙ୍କ ଫଟୋ ସୋସିଏଲ ମିଡିଆରେ ଭାଇରାଲ ହେଉଛି । ଏ ମହିଳା ଜଣକ ହେଉଛନ୍ତି ଆରତୀ ଡୋଗ୍ରା ଯିଏକି ବର୍ତ୍ତମାନ ରାଜସ୍ଥାନର ଆଜମେର ଜିଲ୍ଲାର ଜିଲ୍ଲାପାଳ ଅଛନ୍ତି । ଉଚ୍ଚତା କେବଳ ୩ ଫୁଟ ୨ ଇଞ୍ଚ । ଉଚ୍ଚତାରେ ହୁଏତ ସାନ ହୋଇ ପାରନ୍ତି, କିନ୍ତୁ ମହିଳାଙ୍କ ପାଇଁ ସେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେଥିପାଇଁ ତାଜୁବ ହୋଇଯାଇଛନ୍ତି । ୨୦୦୬ ବ୍ୟାଚ୍‌ର ଏହି ମହିଳା ଆଇଏଏସ୍ ଙ୍କ ଜନ୍ମ ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ହୋଇଥିଲା । ଏଠାରେ କହି ରଖୁଛୁ ଯେ, ଆରତୀ ଡୋଗ୍ରାଙ୍କ ପିତା କର୍ଣ୍ଣେଲ ରାଜେନ୍ଦ୍ର ଡୋଗ୍ରା ସେନାବାହିନୀରେ ଅଛନ୍ତି ଓ ତାଙ୍କ ମା’ କୁମକୁମ୍ ଏକ ସ୍କୁଲରେ ଅଧ୍ୟକ୍ଷା ଅଛନ୍ତି । ତାଙ୍କ ଜନ୍ମ ସମୟରେ ଡାକ୍ତରମାନେ କହି ଦେଇଥିଲେ ଯେ ସେ ସାଧାରଣ ପିଲା ପରି ଯେକୌଣସି ସ୍କୁଲରେ ପଢ଼ି ପରିବେ ନାହିଁ, ହେଲେ ତାଙ୍କ ପିତାମାତା ତାଙ୍କୁ ସାଧାରଣ ସ୍କୁଲରେ ଭର୍ତ୍ତି କଲେ । ଲୋକେ ଯେତେ କହିଲେ ମଧ୍ୟ ତାଙ୍କ ପିତାମାତା ଆଉ କୌଣସି ପିଲା ଜନ୍ମ କରିବାକୁ ଚାହିଁଲେ ନାହିଁ । ଆମର ଗୋଟିଏ ହିଁ ଝିଅ ଅଛି ଯିଏକି ଆମର ସ୍ୱପ୍ନକୁ ପୂରଣ କରିବ । ସେ ଡେରାଡୁନରେ ସ୍କୁଲ ଶିକ୍ଷା ସମାପ୍ତ କଲା ପରେ ଦିଲ୍ଲୀସ୍ଥିତ ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ଲାଭ କଲା ପରେ ସେ ସ୍ନାତକୋତ୍ତର ଶିକ୍ଷା ଡେରାଡୁନରେ କଲେ । ତାପରେ ନିଜ ପସନ୍ଦ ଅନୁଯାୟୀ ସେ ପିଲାପିଲିଙ୍କୁ ପଢ଼ାଇବାକୁ ଲାଗିଲେ । ଏହି ସମୟରେ ତତ୍କାଳୀନ ଡେରାଡୁନ ଜିଲ୍ଲାପାଳ ମନିଷାଙ୍କ ସହ ତାଙ୍କର ଭେଟ ହେଲା ଯାହାକି ତାଙ୍କୁ ଆଇଏଏସ୍‌୍ ଅଧିକାରୀଟିଏ ହେବା ପାଇଁ ପ୍ରେରଣା ଦେଲା । କଲେଜ ପଢ଼ିବା ସମୟରେ ସେ ବକ୍ତୃତା ପ୍ରତିଯୋଗିତାରେ ମଧ୍ୟ ଅଂଶ ଗ୍ରହଣ କରୁଥିଲେ । ପୂର୍ବରୁ ଯେତେବେଳେ ସେ ବିକାନେରର ଜିଲ୍ଲାପାଳ ଥିଲେ, ସେହି ସମୟରେ ସେ ପାନୀୟ ଜଳ ଓ ସ୍ୱଚ୍ଛତା ମିଶନ କାର୍ଯ୍ୟକ୍ରମ-ନିର୍ମଳ ଭାରତ ଯୋଜନା ନିମନ୍ତେ ବହୁତ ପରିଶ୍ରମ କରିଛନ୍ତି । ଏହି ସମୟରେ ସେ ଜୟପୁରଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ବ୍ୟାଙ୍କର ଏକ ଶୌକ୍ଷିକ କାର୍ଯ୍ୟକ୍ରମରେ ଅନେକ ଦେଶର ପ୍ରତିନିଧିମାନଙ୍କ ନିମନ୍ତେ ସେହି ଅଭିଯାନ ଉପରେ ନିଜର ସନ୍ଦର୍ଭଟିକୁ ଉପସ୍ଥାପନ କରିଥିଲେ । ସେ ବିକାନେରଠାରେ ଜିଲ୍ଲାପାଳ ଥିବା ସମୟରେ ୧୮ ଟି ଦେଶର ପ୍ରତିନିଧି ତାଙ୍କ ଜିଲ୍ଲାର ପ୍ରକଳ୍ପକୁ ବୁଲି ଦେଖିବା ପାଇଁ ଆସୁଥିଲେ । ସେ ବିକାନେରରେ ଜିଲ୍ଲାପାଳ ଥିବା ସମୟରେ ସମସ୍ତ ଡାକ୍ତରଙ୍କୁ ହ୍ୱାଟସଆପ୍ ବ୍ୟବହାର କରିବା ବାଧ୍ୟତାମୂଳକ କରିଦେଇଥିଲେ । ଯାହା ଫଳରେ ରୋଗୀ ଆସିବା ସମୟରେ ଯଦି ଡାକ୍ତର ହସପିଟାଲରେ ନ ଥାନ୍ତି, ତେବେ ସେମାନଙ୍କ ଚିକିତ୍ସା ହ୍ୱାଟସଆପ୍ ମାଧ୍ୟମରେ ହୋଇ ପାରୁଥିଲା ଓ ତାହା ଏବେ ମଧ୍ୟ ସେଠି ପ୍ରଚଳିତ ଅଛି । ବିକାନେରରେ ସେ ଥିବା ସମୟଟି ହେଉଛି ତାଙ୍କ ପାଇଁ ପ୍ରକୃଷ୍ଟ ସମୟ ଥିଲା, ଯେଉଁଠି ସେ ଅନାଥ ଝିଅମାନଙ୍କୁ ସାହାଯ୍ୟ କରି ପାରିଥିଲେ ବୋଲି କହନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଇଏଏସ୍ ଆରତୀ ଡୋଗ୍ରା : ମହିଳାମାନଙ୍କ ନିମନ୍ତେ ଏକ ଉଦାହରଣ !