ଗତ ୨୮ ତାରିଖ ଦିନ ଗୁରୁଗାଓଁସ୍ଥିତ ବେଦାନ୍ତା ହସ୍ପିଟାଲରେ କରୋନା ଲକ୍ଷଣ ଯୋଗୁଁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଭର୍ତ୍ତି ହୋଇଥିବା ଖବର ମିଳିଥିଲା । ହେଲେ ତାହା ପ୍ରକୃତରେ ରାୟପୁର ପୋଲିସଦ୍ୱାରା କରାଯାଇଥିବା ଏକ ମାମଲାରୁ ଛାଡ଼ ପାଇବା ପାଇଁ ଉଦ୍ଦିଷ୍ଟ ବୋଲି ସୋସିଏଲ ମିଡିଆରେ ଘୁରି ବୁଲୁଛି । ତାଙ୍କଠାରେ ଯଦି କରୋନା ପରୀକ୍ଷା କରାଯାଇ ନଥିଲା, ତେବେ ତାଙ୍କୁ କରୋନା ଚିକିତ୍ସା ପାଇଁ ହସ୍ପିଟାଲକୁ କାହିଁକି ନେବାକୁୁ ପଡ଼ିଲା ବୋଲି ତାଙ୍କ ବିରୋଧି ପ୍ରଶ୍ନ ଉଠାଇଛନ୍ତି? ସୂଚନାଯୋଗ୍ୟ ଯେ ଶ୍ରୀ ପାତ୍ରଙ୍କ ନାମରେ ମାନହାନି ସୂଚକ ଟିପ୍ପଣୀ ପାଇଁ ରାୟପୁରରେ କିଛି ଦିନ ପୂର୍ବରୁ ମାମଲା ଦାଏର ହୋଇଛି ।
ସମ୍ବିତ ପାତ୍ର ହସ୍ପିଟାଲରେ ଭର୍ତ୍ତି ହେବା ଏକ ବାହାନା !
