(୦୧/୯) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ଦେଖିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି । ସମୀକ୍ଷାରୁ ଜଣାପଡ଼ିଛି ଯେ, ସାଂପ୍ରତିକ ବନ୍ୟାରେ ରାଜ୍ୟର ୨୦ ଟି ଜିଲ୍ଲାର ୧୧୦ ଟି ବ୍ଲକ, ୩୯୦ ଟି ଗାଁ ଏବଂ ୨୧ ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ ଟି ଛୋଟ ଓ ଗୋଟିଏ ବଡ଼ ଘାଇ ହୋଇଛି । ହୀରାକୁଦରେ ଜଳପ୍ରବାହ କମି ଥିବାରୁ ଖୁବ ଶୀଘ୍ର ପରିସ୍ଥିତିରେ ଉନ୍ନତି ଆସିବ ବୋଲି ଏହି ବୈଠକରେ ଆଶା ପ୍ରକାଶ କରାଯାଇଥିଲା ସରକାର ସୂଚନା ଦେଇଛନ୍ତି ।
ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖି ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ
