(୧୧/୯) ଗତ ଦୁଇ ଦିନ ତଳେ କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ମାଓବାଦୀମାନଙ୍କ ସହ ଗୁଳି ବିନିମୟରେ ସହୀଦ ହୋଇଥିବା ଦେବାଶିଷ ସେଠୀଙ୍କ ପରିବାରକୁ ସରକାର ୧୬ ଲକ୍ଷ ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ସହୀଦ ସେଠୀଙ୍କ ଆଠମଲ୍ଲିକର ଅଙ୍ଗପଡ଼ାକୁ ଯାଇ ସହୀଦ ଦେବାଶିଷ ସେଠୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ଯେ ରାଜ୍ୟ ନିଜର ବୀରପୁତ୍ରମାନଙ୍କୁ ନେଇ ଗର୍ବୀତ ଓ ସେମାନଙ୍କୁ ସବୁବେଳେ ମନେ ରଖିବ । ଏହା ସହ ସେଣ୍ଟ୍ରାଲ ରେଞ୍ଜ ଆଇଜିଙ୍କ ଉପସ୍ଥିତିରେ ତାଙ୍କ ପରିବାରକୁ ୧୬ ଲକ୍ଷ ଟଙ୍କାର ଚ୍ୟାକ ଦେଇଥିବା ସେ ଜଣାଇଛନ୍ତି ।
ମାଓବାଦୀଙ୍କ ସହ ଗୁଳି ବିନିମୟରେ ସହୀଦ ଦେବାଶିଷ ସେଠୀଙ୍କ ପରିବାରକୁ ୧୬ ଲକ୍ଷ ସରକାର ଦେଲେ !
