(୨୯/୮) ଗତକାଲି ସକାଳରୁ ଆଜି ସକାଳଯାଏଁ ଗଞ୍ଜାମ ପୋଲିସ୍ ମାସ୍କ ବ୍ୟବହାର କରୁ ନଥିବା ଲୋକଙ୍କଠୁ ୧,୫୧,୦୦୦ ଟଙ୍କା ଜରିମାନା ଆଦାୟ କରିଥିବା ସ୍ଥାନୀୟ ଏସ୍ପି ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନାନୁଯାୟୀ, ଉକ୍ତ ସମୟ ଭିତରେ ଜୁଆ ଖେଳୁଥିବା ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠୁ ୩୦୨୦ ଟଙ୍କା ଜବତ କରିଛି । ଅବକାରୀ ଆଇନ ଉଲଂଘନ କରୁଥିବା ଅଭିଯୋଗରେ ମଧ୍ୟ ଜିଲ୍ଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠୁ ୧୦୦.୩ ଲିଟର ମଦ ଜବତ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।
୨୪ ଘଣ୍ଟା ଭିତରେ ମାସ୍କ ଆଇନ ଉଲଂଘନ କରୁଥିବା ଲୋକଙ୍କଠୁ ୧,୫୧,୦୦୦ ଟଙ୍କା ଗଞ୍ଜାମ ପୋଲିସ୍ର ଜରିମାନା ଆଦାୟ
