(୦୬/୭) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଉକିଆପାଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘାଟବାସୁଲୀ ଗ୍ରାମ ନିକଟ ଦେଇ ଯାଇଥିବା ଇନ୍ଦ୍ରାବତୀ ନଦୀ କୂଳରେ ଗୋଟିଏ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।ଏନେଇ ଗ୍ରାମବାସୀ କୋଷାଗୁମୁଡା ଥାନାରେ ଜଣାଇ ପରେ ଖବର ପାଇ କୋଷାଗୁମୁଡା ଥାନା ଅଥିକାରୀ ନଟବର ନନ୍ଦ ସହ ବଡ଼ଆମ୍ବଡ଼ା ଫାଣ୍ଡି ଅଥିକାରୀ ଏଲ. ଦେବେନ୍ଦ୍ର ରାଓ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ଘଟଣାସ୍ଥଳରେ ହିଁ ଶବକୁ ବ୍ୟବଛେଦ କରାଇଥିଲେ I ମୃତ ବ୍ୟକ୍ତିଙ୍କ ଶବ ବହୁତ ଦିନ ହେଲା ପାଣିରେ ଭାସୁଥିବାରୁ ଶବ ପଚି ଶଢ଼ି ଯାଇଥିବା ଦେଖିବାକୁ ମିଳିଛି ।ଏଭଳି ସ୍ଥିତିରେ ପୁଲିସ ଶବ କୁ ଚିହ୍ନଟ କରିବା ମୁସ୍କିଲ ହୋଇ ପଡିଥିବା ବେଳେ ଅନ୍ୟପଟେ କୋଷାଗୁମୁଡା ବ୍ଲକର କୌଣସି ବ୍ୟକ୍ତି ନିଖୋଜ ଥିବା ଥାନାରେ ରିପୋର୍ଟ କେହି ଦେଇନଥିବା ରୁ ଶବ ଟି କେଉଁ ଆଡରୁ ଭାସି ଏଠାରେ ଲାଗିଯାଇଥିବା ଅନୁମାନ କରାଯାଉଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ନଦୀରେ ଭାସୁଥିବା ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର।
