ସମାଜବାଦୀ ପାର୍ଟିର ପୂର୍ବତନ ନେତା ତଥା ସାଂସଦ ଅମର ସିଂଙ୍କ ଦେହାନ୍ତ

(୦୧/୮) ଆଜି ସମାଜବାଦୀ ପାର୍ଟିର ପୂର୍ବତନ ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂଙ୍କ ସିଙ୍ଗାପୁରଠାରେ ଦେହାନ୍ତ ହୋଇଯାଇଛି । ୨୦୧୩ ମସିହାରୁ ସ୍ୱର୍ଗତ ସିଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ଏଥିପାଇଁ ସ୍ୱର୍ଗତ ସିଂଙ୍କ କିଡନୀ ପ୍ରତିରୋପଣ କରେଇଥିବା ମଧ୍ୟ ଜଣାପଡ଼ିଛି । କିଛି ବର୍ଷ ପୂର୍ବେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ୍‌ଙ୍କ ସହ ତାଙ୍କର ମେଳ ନ ଖାଇବାରୁ ସେ ସମାଜବାଦୀ ପାର୍ଟିରୁ ବାହାରି ଯାଇଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସ୍ୱାଧିନତା ସଂଗ୍ରାମୀ ଓ ସ୍ୱର୍ଗତ ବାଲ ଗଙ୍ଗାଧର ତିଲକଙ୍କ ତିରୋଧାନ ଦିବସ ଉପଲକ୍ଷେ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ‘ଇଦ୍‌’ ଉପଲକ୍ଷେ ମୁସଲିମ୍ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ଟ୍ୱିଟରରେ । ୧୯୯୬-୯୭ ମସିହାରେ ‘ସଂଯୁକ୍ତ ମୋର୍ଚ୍ଚା’ କେନ୍ଦ୍ରରେ ସରକାର ଗଠନ କରିବାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ଥିଲା ବୋଲି କୁହାଯାଏ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହେଉଥିଲା । ତାଙ୍କ ପରିବାରରେ ସ୍ତ୍ରୀ ଓ ଦୁଇ ଜାଆଁଳା ଝିଅ ଅଛନ୍ତି । ସ୍ୱର୍ଗତ ଅମର ସିଂଙ୍କ ମୃତ୍ୟୁ ଖବର ପାଇ ସମସ୍ତ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଶୋକ ବ୍ୟକ୍ତ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସମାଜବାଦୀ ପାର୍ଟିର ପୂର୍ବତନ ନେତା ତଥା ସାଂସଦ ଅମର ସିଂଙ୍କ ଦେହାନ୍ତ