(୦୭/୧୦) ଜେଇଇ ଆଡଭାନ୍ସ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ତଥା ସର୍ବ ଭାରତୀୟ ସ୍ତରରେ ୫୨ ତମ ସ୍ଥାନ ଅଧିକାର କରିଥିବା ରୌନକ ଡାଲମିଆ ଓ ରାଜ୍ୟରେ ତୃତୀୟ ସ୍ଥାନ ତଥା ସର୍ବ ଭାରତୀୟ ସ୍ତରରେ ୧୦୦ ସ୍ଥାନରେ ଥିବା ମନ୍ଥନ ଡାଲମିାଙ୍କୁ କଣ୍ଟାବାଞ୍ଜି ଲାୟନ୍ସ ପବ୍ଲିକ୍ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଣ୍ଟାବାଞ୍ଜି ଲାୟନ୍ସ ପବ୍ଲିକ୍ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସ୍କୁଲର କର୍ମଚାରୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବା ଜଣାପଡ଼ିଛି ।
ଜେଇଇ ଆଡଭାନ୍ସ ପରୀକ୍ଷାରେ ରାଜ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ପାଇଥିବା ଦୁଇ ଭାଇ ରୌନକ ଓ ମନ୍ଥନଙ୍କୁ ସମ୍ବର୍ଦ୍ଧନା ।
