ଶାରୀରିକ ସମ୍ପର୍କ ପରେ ପ୍ରେମିକାଙ୍କୁ ପ୍ରତାରଣା ଅଭିଯୋଗରେ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଗିରଫ !


(୦୪/୧୦) ଗତକିଛି ବର୍ଷ ହେଲା ଫେସବୁକରେ ଜଣେ ଯୁବତୀଙ୍କ ସହ ଡାକ୍ତର ତପନ କୁମାର ଶତପଥୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଡାକ୍ତର ଶତପଥୀ ଉକ୍ତ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବାର ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗକ୍ରମେ ବ୍ରହ୍ମପୁର ମହିଳା ଥାନା ପକ୍ଷରୁ ଡାକ୍ତର ଶତପଥୀଙ୍କୁ ବୌଦ୍ଧ କୋଭିଡ୍ ଡାକ୍ତରଖାନାରୁ ଗିରଫ କରାଯାଇଛି । ଡାକ୍ତର ଶତପଥୀ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ସୂଚନାଯୋଗ୍ୟ ଯେ, ସେ ୨୦୧୯ ରୁ ଅନ୍ୟତ୍ର ବିବାହ କରି ପ୍ରେମିକା ସହ ସମ୍ପର୍କ ଛିନ୍ନ କରି ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଶାରୀରିକ ସମ୍ପର୍କ ପରେ ପ୍ରେମିକାଙ୍କୁ ପ୍ରତାରଣା ଅଭିଯୋଗରେ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଗିରଫ !