(୦୪/୯) ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଉପ ଜିଲ୍ଲାପାଳ ସୋମେସ କୁମାର ଉପାଧ୍ୟାୟ, ତହସିଲଦାର , ଏସଡିପିଓ, ଥାନା ଅଧିକାରୀ,ଏନ୍ଏସି କାର୍ଯ୍ୟ ନିର୍ବାହ ଅଧିକାରୀ ୧୪-୦୮-୨୦୨୦ କଣ୍ଟାବାଞ୍ଜି ସହରର ତୁରେକେଲା ଯିବା ରାସ୍ତାରେ ଥିବା ସୁରଜିତ ସିଂହ ମାଖିଜାଙ୍କ ଦୋକାନ ଗୃହ ଭାଙ୍ଗି ଦେଇଥିଲେ । ଶ୍ରୀ ମାଖିଜାଙ୍କ ୯୦% ଭିନ୍ନକ୍ଷମ ଥିବା ଝିଅ ରୂପାଲି ମାଖିଜାଙ୍କ ସେହି ଦୋକାନ ଗୃହ ରେ ଛୋଟ ବ୍ୟବସାୟ କରି ଚଲୁଥିବାବେଳେ ଏବେ ତାହା ଭାଙ୍ଗି ଯିବା ଫଳରେ ସେ ବେରୋଜଗାର ହୋଇଯାଇଛନ୍ତି । ଏହି କରୋନା ମହାମାରୀ ଯୋଗୁଁ କ’ଣ କରିବେତାହା ସେ ଜାଣି ପାରୁ ନାହାନ୍ତି, ତେଣୁ ସରକାରୀ ସହାୟତା ପାଇଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ବାପ-ଝିଅ ଧାରଣାରେ ବସିଛନ୍ତି । ହେଲେ ଏଯାଏଁ କୋୖଣସି ପ୍ରଶାସନିକ ଅଧିକାରୀ ତାଙ୍କୁ ଯୋଗାଯୋଗ କରି ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି । (ରିପୋର୍ଟ- ଏସ୍.କେ ସମିମ୍
ଦୋକାନଗୃହ ଉଚ୍ଛେଦ ଯୋଗୁଁ ସରକାରୀ ସହାୟତା ପାଇଁ ବେରୋଜଗାର ଭିନ୍ନକ୍ଷମ ଯୁବତୀଙ୍କ ଅନଶନ
