ଗତକାଲି ଗୋଟିଏ ଦିନରେ ଦେଶରେ ୨୪୧୧ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି । ଆଗରୁ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିବା ଏଯାଏଁ ନଜୀର ନ ଥିଲା । ତେବେ ଏହା ଆଗକୁ ଆହୁରି ଭୟାନକ ପରିସ୍ଥିତିକୁ ଗତି କରୁଥିବାର ଲକ୍ଷଣ ବୋଲି ଲୋକେ ଚର୍ଚ୍ଚା କଲେଣି । ଏବେଠୁ ଯଦି ସରକାର କିଛି ଉପଯୁକ୍ତ ପଦକ୍ଷେପ ନ ନେବେ, ତେବେ ଏହା ଦେଶକୁୁ ଏକ ମହା ବିପତ୍ତି ଆଡ଼କୁ ଟାଣି ନେଇପାରେ । ସୂଚନାନୁସାରେ, ଗତକାଲି ଯାଜପୁର ଜିଲ୍ଲାର ଆଉ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ ରେ ପହଂଚିଛି ଓ ଦେଶରେ ଏହା ୩୭ ହଜାର ୭୭୬ କୁ ଛୁଇଁଲାଣି । ଦେଶରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୨୨୩ ହୋଇଥିବାବେଳେ ଆମେରିକାରେ ଏହା ୬୭ ହଜାର ୪୪୪ ଓ ବିଶ୍ୱରେ ଏହା ୨ ଲକ୍ଷ ୪୪ ହଜାର ୭୭୩ ରେ ପହଂଚିଲାଣି ।
ଗୋଟିଏ ଦିନରେ ଦେଶରେ ୨୪୧୧ ଜଣ କରୋନା ରୋଗୀ ଚିହ୍ନଟ, ଆଗକୁ ଭୟାବହତାର ଆଭାସ !
