Skip to content
(୨୩/୧୧) ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ସଦର ମହକୁମା ନିକଟସ୍ଥ ଇନ୍ଦ୍ରାବତୀ ଓସିସି ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର,ପରିବାର ଲୋକେ ଆଣିଲେ ହତ୍ୟା କରାଯାଇଥିବା ଅଭିଯୋଗ। ମୃତ ଯୁବକ ଜଣକ ହେଲେ ଖାତିଗୁଡ଼ା ଗାଁ ର ଉଦୟ ନାଥ ପ୍ରଧାନୀ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ୫ ଘଣ୍ଟା ସମୟରେ ଉଦୟ ନାଥ ଘରୁ ବାହାରି କେଉଁ ଆଡ଼େ ଚାଲି ଯାଇ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ଇନ୍ଦ୍ରାବତୀ ଓସିସି ବ୍ରିଜ ତଳେ ଉଦୟ ନାଥ ର ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଖାତିଗୁଡ଼ା ପୁଲିସ ପହଞ୍ଚି ଶବ କୁ ଜବତ କରି ତଦନ୍ତ ଆରମ୍ଭ ଆରମ୍ଭ କରିଛି।ଏନେଇ ପରିବାର ଲୋକେ ଥାନାରେ ଲିଖିତ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିନଥିଲେ ମଧ୍ୟ ମୋ ସ୍ୱାମୀକୁ କେହି ହତ୍ୟା କରି ବ୍ରିଜ ତଳେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତଙ୍କ ସ୍ତ୍ରୀ ନବିନା ପ୍ରଧାନୀ। (ରିପୋର୍ଟ-ବାବୁଲି ଗଣ୍ଡ)
Advertisement