(୦୭/୮) ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ କରିବାର ତାରିଖକୁୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ବଢ଼ାଇ ଦେଇଛନ୍ତି । କରୋନା ଯୋଗୁଁ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦେଖି ସରକାର ଏପରି କରିଛନ୍ତି । ତେବେ ଅଗଷ୍ଟ ୧୫ ତାରିଖ ଶେଷ ତାରିଖ ଧାର୍ଯ୍ୟ ହୋଇଥିଲେ ବି ସେଦିନ ଯେହେତୁ ଜାତୀୟ ଛୁଟି ଦିବସ ରହିଛି, ସେଥିପାଇଁ ତା ପରବର୍ତ୍ତି କାଯ୍ୟ ଦିବସ ଅର୍ଥାତ ରବିବାର ୧୬ ତାରିଖ ପରେ ୧୭ ତାରିଖ ଦିନଯାଏଁ ଚାଷୀମାନେ ତାଙ୍କ ପ୍ରିମିଅମ୍ ବ୍ୟାଙ୍କ ମାଧ୍ୟମରେ ସଂପୃକ୍ତ ବୀମା କମ୍ପାନୀକୁ ପଇଠ କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ ପ୍ରିମିଅମ୍ ପଇଠ କରିବାର ଶେଷ ତାରିଖ ପୂର୍ବରୁ ଜୁଲାଇ ୩୧ ଯାଏଁ ଥିଲା।
ପ୍ରଧାନମନ୍ତ୍ରୀ ଫସଲ ବୀମା କରିବାର ଶେଷ ତାରିଖ ଅଗଷ୍ଟ ୧୭ ଯାଏଁ ଘୁଂଚିଲା !
