ମିଳିଥିବା ସୂଚନାନୁଯାୟୀ, ଆଗାମୀ କାଲି ତାମିଲନାଡ଼ୁର ତିରୁପୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅନେକ ଶ୍ରମିକ ପହଂଚିବାକୁ ଥିବାରୁ ବଲାଙ୍ଗୀରର ବିଭିନ୍ନ ଅଂଚଳରେ ସକାଳ ୯ ଟାରୁ ସନ୍ଧ୍ୟା ୬ ଟା ଯାଏଁ ଉପ-ଜିଲ୍ଲାପାଳ କର୍ଫ୍ୟୁ ଘୋଷଣା କରିଛନ୍ତି । କର୍ଫ୍ୟୁ ଘୋଷିତ ହୋଇଥିବା ଅଂଚଳ ଗୁଡ଼ିକ ହେଲା:-ରେଳ ଷ୍ଟେସନ ପାଖ ସମଗ୍ର ସାଲେପାଲି ଗ୍ରାମ, ରେଳ ଷ୍ଟେସନରୁ ସୁଦପଡ଼ା ଓ ଓଭରବ୍ରିଜ ଦେଇ ପୁଇଁତଲାକୁ ଯାଇଥିବା ରାସ୍ତା, ସାଲେପାଲି ଛକରୁ ଆରଟିଓ ଛକଯାଏଁ, ଆରଟିଓ ଛକରୁ ମହିଳା ମହାବିଦ୍ୟାଳୟ ଛକ ଦେଇ କଲେଜ ଛକକୁ ଯାଇଥିବା ରାସ୍ତା ଓ ତା ନିକଟବର୍ତ୍ତୀ ଗ୍ରାମ୍ୟ ଜଳ ଯୋଗାଣ ସେକ୍ସନ୍ ଅଫିସ ପର୍ଯ୍ୟନ୍ତ ।
ଆଗାମୀ କାଲି ସକାଳ ୯ ଟାରୁ ସନ୍ଧ୍ୟା ୬ ଟା ଯାଏଁ ବଲାଙ୍ଗୀରରେ କର୍ଫ୍ୟୁ ଘୋଷଣା
