୩୭୦ ଧାରା ଉଚ୍ଛେଦର ଗୋଟିଏ ବର୍ଷ : କାଶ୍ମୀରରେ କର୍ଫ୍ୟୁ ଜାରି


(୦୫/୮) ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ କାଶ୍ମୀରରୁ ୩୭୦ ଧାରାକୁ କେନ୍ଦ୍ର ସରକାର ଉ୍‌ଚ୍ଛେଦ କରିଥିଲେ । ଇତିମଧ୍ୟରେ ଏହା ଧାରା ଉଚ୍ଛେଦ ହେବାର ଗୋଟିଏ ବର୍ଷ ହୋଇଯାଇଛି, ତେଣୁ ଏହାକୁ ଆଳ କରି ରାଜ୍ୟରେ ଯେପରି କୌଣସି ଗଣ୍ଡଗୋଳ ନ ହୁଏ, ସେଥିପାଇଁ ରାଜ୍ୟ ସରକାର ସେଠାରେ କର୍ଫ୍ୟୁ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଏହି ଦିନ କାଶ୍ମୀରରୁ ଏହି ସ୍ୱତନ୍ତ୍ର ଧାରା ଉଚ୍ଛେଦ ହେବା ପରେ ରାଜ୍ୟର ଅନେକ ତୁଙ୍ଗନେତାଙ୍କୁ ଅଟକ ରଖା ଯାଇଥିଲା । ସେଠାରେ ଏହା ବିରୁଦ୍ଧରେ ଚାରିଆଡ଼େ ପ୍ରତିବାଦର ସ୍ୱର ଶୁଭିଥିଲା ଓ ଯୋଗାଯୋଗର ସମସ୍ତ ମାଧ୍ୟମକୁ ବିଚ୍ଛିନ୍ନ କରି ଦିଆଯାଇଥିଲା । ଜମ୍ମୁ ଓ କାଶ୍ମୀର ରାଜ୍ୟରୁ ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ, କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ୩୭୦ ଧାରା ଉଚ୍ଛେଦର ଗୋଟିଏ ବର୍ଷ : କାଶ୍ମୀରରେ କର୍ଫ୍ୟୁ ଜାରି