ଅପରାଧୀ ବିକାଶ ଦୁବେ ସହ ରାଜ୍ୟର ତିନି ପ୍ରମୁଖ ଦଳର ସମ୍ପର୍କ ରହିଥିଲା !


(୦୫/୭) ଗତ ଦୁଇଦିନ ତଳେ ଉତ୍ତର ପ୍ରଦେଶର କାନପୁରଠାରେ ବିକାଶ ଦୁବେ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାକୁ ଯାଇ ଜଣେ ଡିଏସ୍‌ପି, ଜଣେ ଥାନାଧିକାରୀ ଓ ୩ ଜଣ ସବ-ଇନସ୍ପେକ୍ଟରଙ୍କ ସମେତ ୮ ଜଣ ପୋଲିସ୍ କର୍ମୀଙ୍କୁ ହତ୍ୟା କରାଯାଇଥିବା କଥା ଆଉ ଅଛପା ହୋଇ ରହି ନାହିଁ । ଘଟଣା ପରେ ପୋଲିସ୍ ବିକାଶ ଦୁବେକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିବାରରେ ଲାଗିଛି । ଅପରାଧି ଓ ତା ଗ୍ୟାଙ୍ଗ ସଦସ୍ୟଙ୍କ ମନୋବଳ ଭାଙ୍ଗିବାକୁ ପୋଲିସ ଯୋଜନା ମୁତାବକ ବିକାଶର ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି । ପୋଲିସ ଏତିକିରେ ସୀମିତ ରହି ନାହିଁ, ତା ମାମୁଁ ଯାହା ଘରେ ଡିଏସ୍‌ପି ଦେବେନ୍ଦ୍ର ମିଶ୍ରଙ୍କ ହତ୍ୟା କରାଯାଇଥିଲା । ଚୌବେପୁର ଥାନାର ଥାନାବାବୁଙ୍କୁ ଘଟଣାରେ କାର୍ଯ୍ୟରୁ ନିଲମ୍ବିତ କରାଯାଇ ଏହି ଥାନାର ସମସ୍ତ କର୍ମଚାରୀଙ୍କୁ ପଚରାଉଚରା ଜାରି ରହିଛି । ଯେଉଁ ପୋଲିସ କର୍ମୀ ବି ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼େ, ତେବେ ତାଙ୍କ ନାମରେ ମଧ୍ୟ ହତ୍ୟା ମକଦ୍ଦମା ହେବ । ଏହି ଥାନାର ସମସ୍ତ କର୍ମଚାରୀଙ୍କ ଫୋନ କଲ ଯାଂଚ ଚାଲିଛି ବୋଲି ଆଇଜି ମୋହିତ ଅଗ୍ରୱାଲ ସୂଚନା ଦେଇଛନ୍ତି । ତେବେ ଏତେ ବଡ଼ ହତ୍ୟାକାଣ୍ଡ ଘଟାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧି ବିକାଶ ଦୁବେଙ୍କ ସମ୍ପର୍କରେ ଟିକିଏ ଜାଣିବା । ବିକାଶ ଦୁବେ ନିଜକୁ କେବଳ ଅପରାଧ ଦୁନିଆଁରେ ସୀମିତ ନ ରଖି ରାଜନୀତିରେ ମଧ୍ୟ ତା’ର ଆଗ୍ରହ ଥିଲା । ପ୍ରାୟ ସବୁ ରାଜନୈତିକ ଦଳର ନେତାଙ୍କ ସହ ସେ ମିଳାମିଶା କରୁଥିବା ତା ମା’ କହିଛନ୍ତି । ତେବ ତା ମା’ ମଧ୍ୟ ଏ ଘଟଣା ଯୋଗୁଁ ନିଜ ପୁଅ କୁ ଦୋଷ ଦେଇଛନ୍ତି । ସେ ଯେଉଁଠି ଥିଲେ ବି ଆତ୍ମ ସମର୍ପଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ବିକାଶ ଦୀର୍ଘ ୨୫ ବର୍ଷ ହେଲା ରାଜନୀତି ସହ ସଂଶ୍ଲିଷ୍ଟ ରହି ଆସିଛି । ଦୀର୍ଘ ୧୫ ବର୍ଷ ଧରି ବିଏସ୍‌ପି ସହ ରହିବା ପରେ ୫ ବର୍ଷ ବିଜେପି ଓ ଆହୁରି ୫ ବର୍ଷ ସମାଜବାଦୀ ପାର୍ଟି ସହ ସଂଶ୍ଲିଷ୍ଟ ଥିଲା । ବୋଧହୁଏ ଏଥିଲାଗି କୌଣସି ଦଳ ପକ୍ଷରୁ ବିକାଶ ବିରୁଦ୍ଧରେ ଖୋଲାଖୋଲି କେହି କିଛି କହୁ ନାହାନ୍ତି ବୋଲି ଲୋକେ ସନ୍ଦେହ କରୁଛନ୍ତି । ଗତ ୪୮ ଘଣ୍ଢା ମଧ୍ୟରେ ୧୦୦ ରୁ ଅଧିକ ସ୍ଥାନରେ ଚାଢ଼ଉ କରିଥିଲେ ମଧ୍ୟ ପୋଲିସ୍ ତା’ର ଟେର ପାଇପାରୁ ନାହିଁ । ଉତ୍ତର ପ୍ରଦେଶର ଗୁଇନ୍ଦା ବିଭାଗ ମଧ୍ୟ ତା ସମ୍ପର୍କରେ କୌଣସି ସୂଚନା ପାଇପାରୁ ନାହିଁ । ବିକାଶର ଅନ୍ୟ ଏକ ସହଯୋଗୀ ଶଙ୍କର ଅଗ୍ନିହୋତ୍ରୀକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ତାଠାରୁ ବିକାଶ ସମ୍ପର୍କରେ ଅନେକ ତଥ୍ୟ ମିଳିବା ଆଶା ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅପରାଧୀ ବିକାଶ ଦୁବେ ସହ ରାଜ୍ୟର ତିନି ପ୍ରମୁଖ ଦଳର ସମ୍ପର୍କ ରହିଥିଲା !