୧.ଆଜିଠାରୁ ରାଜ୍ୟର ଘରେ ଘରେ ହେବ କରୋନା ଯାଞ୍ଚ । ଦୁଆର ଦୁଆର ବୁଲି ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀ । ୨. ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଜାମିନରେ ଯିବା ପରେ ଅଭିଯୁକ୍ତ ଲଗାଇବେ ଶହେ ଗଛ । ୩.ପୁଣି ଖାକିରେ କଳଙ୍କ, ମହିଳାଙ୍କୁ ଏସିଡ୍ ମାଡ଼ ଧମକ ଦେଇ କ୍ୟାପିଟାଲ ଥାନାର ରସିକିଆ ଏଏସ୍ଆଇ ହେଲେ ନିଲମ୍ବିତ । ୪. ଭୁବନେଶ୍ୱର: ୧୨ ଶିକ୍ଷାନୁଷ୍ଠାନରେ ଖୋଲିବ ବି.ଏସ୍ସି ପାଠ୍ୟକ୍ରମ । ୫. ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା । ୧୯ ରେ ଲଘୁଚାପ, ୧୮ ରୁ ବଢ଼ିବ ବର୍ଷା । ୬. ସମ୍ବଲପୁର : ଅନଲକ୍-୧ ସମୟରେ ଘର ଛାଡ଼ିବାକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ କଳହ । ଦେହରେ ନିଆଁ ଲଗାଇ ଭଡ଼ାଟିଆ ଗୁରୁତର; ଘର ନ ଛାଡ଼ିବାରୁ ପାଇଖାନାରେ ତାଲା ପକାଇ ଦେଇଥିଲା ଘରମାଲିକ । ୭. କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଝଟକା : ଏ ବର୍ଷ କର୍ମଚାରୀଙ୍କ ବଢ଼ିବନି ଦରମା, ଆସନ୍ତା ବର୍ଷ ପର୍ଯ୍ୟନ୍ତ କରିବାକୁ ପଡ଼ିବ ଅପେକ୍ଷା ।
ଆଜିଠାରୁ ରାଜ୍ୟର ଘରେ ଘରେ ହେବ କରୋନା ଯାଞ୍ଚ । ଆଜି ସଂକ୍ଷେପରେ…(୧୬/୬)
