ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେକୁ ଟପିଲା। ମାସ ଶେଷ ସୁଦ୍ଧା ୧୫୦୦ କୁୁ ଟପିବା ସମ୍ଭାବନା!


ଆଜି ରାଜ୍ୟରେ ଆହୁରି ୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୦୫୨ ରେ ପହଂଚିଛି ।ଏମାନଙ୍କ ଭିତରେ କେନ୍ଦ୍ରାପଡ଼ାର ୨ଜଣ, ପୁରୀର ୧୧ ଜଣ, ଖୋର୍ଦ୍ଧାର ୭ ଜଣ, କଟକର ୯ ଜଣ, ଗଞ୍ଜାମ ଓ ଯାଜପୁରର ୬ ଜଣ ଲେଖାଏଁ, ଓ ଢେଙ୍କାନାଳ ଓ କନ୍ଧମାଳର ଜଣେ ଲେଖାଏଁ ଥିବା ଜଣାପଡ଼ିଛି । କାଲି ଯେପରି ୧୦୨ ଜଣ ଆକ୍ରାନ୍ତଙ୍କ ଭିତରୁ ମାତ୍ର ୩ ଜଣ ରାଜ୍ୟରେ ରହୁଥିବା ଲୋକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା ଆଜି ମଧ୍ୟ ସେହିପରି ଗଞ୍ଜାମ ଓ ଖୋର୍ଦ୍ଧାର ମାତ୍ର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ତଥ୍ୟକୁୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ. ଲକ୍ ଡାଉନ୍ ପୂର୍ବରୁ ଯଦି ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ରାଜ୍ୟକୁ ଆସିବାକୁୁ ସୁଯୋଗ ମିଳିଥାନ୍ତା, ତେବେ ଏ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଇ ନ ଥାନ୍ତା । ଏଯାଏଁ ରାଜ୍ୟରେ କରୋନା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦେଶରେ ୩୩୦୩ ଜଣ ମୃତ୍ୟୁ ବରଣ କରିଥିବା ଜଣାଡ଼ିଛି । ସେହିପରି ଦେଶରେ ୧ ଲକ୍ଷ ୬ ହଜାର ୮୮୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆମେରିକାରେ ୧୫ ଲକ୍ଷ ୭୦ ହଜାର ୫୯୩ ଜଣ ଓ ସାରା ବିଶ୍ୱରେ ୪୯ ଲକ୍ଷ ୮୯ ହଜାର ୨୭୦ ଜଣଙ୍କୁ ଚିହ୍ନଟ କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing