(୧୫/୮) ଆଜି ଦେଶ ୭୪ତମ ସ୍ୱାଧିନତା ଦିବସ ପାଳନ କରୁଥିବାବେଳେ ରାଜ୍ୟରେ ୨୪୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ରାଜ୍ୟରେ ୧୯୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଗୋଟିଏ ଦିନରେ ତାଠୁ ୫୧୯ ଟି ଅଧିକ ନୂଆ ମାମଲା ଯୋଡ଼ି ହୋଇଯାଇଛି । ତେବେ ଆଜିର ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୩୭୮, ଗଞ୍ଜାମର ୩୨୭, ବାଲେଶ୍ୱରର ୧୬୫, ସୁନ୍ଦରଗଡ଼ରେ ୧୫୬, ରାୟଗଡ଼ାର ୧୪୬, କୋରାପୁଟର ୧୩୩, କଟକର ୧୨୮, ବୌଦ୍ଧର ୧୧୫, ଭଦ୍ରକର ୧୦୨, ଅନୁଗୁଳର ୧୨, ବରଗଡ଼ର ୩୬, ବଲାଙ୍ଗୀରର ୯୨, ଢେଙ୍କାନାଳରେ ୬୯, ଗଜପତିରେ ୬୮, ଜଗତସିଂହପୁରରେ ୧୪, ଯାଜପୁରରେ ୧୧, ଝାରସୁଗୁଡ଼ାରେ ୧୯, କଳାହାଣ୍ଡିରେ ୪୨, କନ୍ଧମାଳରେ ୯୮, କେନ୍ଦ୍ରାପଡ଼ାରେ ୧୩, କେନ୍ଦୁଝରରେ ୫୧, ମାଲକାନଗିରିରେ ୭୩, ମୟରଭଞ୍ଜରେ ୨୩, ନବରଙ୍ଗପୁରରେ ୧୧, ନୟାଗଡ଼ରେ ୪, ନୂଆପଡ଼ାରେ ୧୬, ପୁରୀରେ ୯୩, ସମ୍ବଲପୁରରେ ୮୧ ଓ ସୋନପୁରରେ ୨୦ ଜଣ ରହିଛନ୍ତି । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୧୨୬ ହୋଇଥିବାବେଳେ ଏମାନଙ୍କ ଭିତରୁ ୩୯୨୦୫ ଜଣ ଭଲ ହୋଇଥିବାବେଳେ ୧୭୫୩୫ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି । ତେବେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଆହୁରି ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି ପାଇଥିବା ଜାଣିବାକୁ ମିଳିଛି ।
କରୋନା ରାଜ୍ୟରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ଼ : ରାଜ୍ୟରେ ୨୪୯୬ ଓ ବଲାଙ୍ଗୀରରେ ୯୨
