(୦୭/୮) ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆହୁରି ୬ ଟି ନୂଆ ପୋଲିସ୍ ଷ୍ଟେସନ୍ ଖୋଲିବାକୁ ଓ ପୋଲିସ୍ ବିଭାଗରେ ୯୦୫ ଟି ପଦବୀକୁ ପୂରଣ କରିବାକୁ ଅନୁମୋଦନ କରିଛନ୍ତି । ଏହି ପଦବୀ ଗୁଡ଼ିକ ପୂରଣ ହେଲେ ରାଜ୍ୟର ୨୧ ଟି ପୋଲିସ୍ ଜିଲ୍ଲାରେ ଥିବା ୨୨୦ ଟି ପୋଲିସ ଷ୍ଟେସନ ଓ ୬ ଟି ଫାଣ୍ଡିର କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ବର୍ତ୍ତମାନ କାର୍ଯ୍ୟ କରୁଥିବା ପୋଲିସ ୍ଷ୍ଟେସନକୁ ଆହୁରି ଶକ୍ତିଶାଳୀ କରିବାକୁ ଯେଉଁ ଥାନାଗୁଡ଼ିକୁ ବିଭାଜନ କରି ନୂଆ ଭାବେ ୬ ଟି ଥାନା ହେବ, ସେଗୁଡ଼ିକ ହେଲା:-ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଥାନା, ଅନୁଗୁଳର ଟାଉନ୍ ପୋଲିସ୍ ଷ୍ଟେସନ୍, ଝାରସୁଗୁଡ଼ାର ଟାଉନ୍ ପୋଲିସ୍ ଷ୍ଟେସନ୍, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ୍ ଷ୍ଟେସନ୍, ଭଦ୍ରକ ଜିଲ୍ଲାର ଭଦ୍ରକ(ଗ୍ରାମ୍ୟ) ପୋଲିସ୍ ଷ୍ଟେସନ୍ ଓ ତିହିଡ଼ି ପୋଲିସ୍ ଷ୍ଟେସନ୍ ଅନ୍ତର୍ଭୁକ୍ତ । ଏହାଦ୍ୱାରା ଲୋକଙ୍କୁ ପୋଲିସ୍ ସେବା ଯୋଗାଇବାରେ ଓ ଏହି ଅଂଚଳମାନଙ୍କରେ ଅପରାଧକୁ ନିୟନ୍ତ୍ରଣ କରିବାରେ ଅଧିକ ସୁବିଧା ହେବ ବୋଲି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି।
୬ ଟି ନୂଆ ପୋଲିସ୍ ଷ୍ଟେସନ୍ ଓ ୯୦୫ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
