(୨୮/୯) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବସ୍ତି ଉନ୍ନୟନ ଯୋଜନାର ଶୁଭାରମ୍ଭ କରିବା ସହ ଆଗାମୀ ତିନି ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ଘୋଷଣା କରିଛନ୍ତି । ବସ୍ତିରେ ବିଜୁଳି, ପାନୀୟ ଜଳ ଓ ରାସ୍ତାର ସୁବିଧା କରି ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ଅଣାଯିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସେ ବାଲେଶ୍ୱରର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ୬୦ ହଜାର ବସ୍ତି ବାସିନ୍ଦାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ବସ୍ତି ବାସିନ୍ଦା ଜାଗା ମିଶନ କାର୍ଯ୍ୟକ୍ରମରେ ପ୍ରମାଣପତ୍ର ପାଇବେ ବୋଲି ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।
୩ ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା !
