(୩୦/୭) ନବରଙ୍ଗପୁର ସହର ଉପକଣ୍ଠ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟ କେଶରୀ ଗୁଡା ରୋଡ଼ ସ୍ଥିତ ବ୍ରହ୍ମ କୁମାରୀ ଆନନ୍ଦ ସରୋବର ଠାରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହେଇଯାଇଛି।ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ।ସେ ଏଭଳି ଦିନରେ ଏହି ମହତ କାର୍ଯ୍ୟ ପାଇଁ ବ୍ରହ୍ମ କୁମାରୀ ସଂସ୍ଥା କୁ ଭୁରି ଭୁରି ପ୍ରସଂଶା କରିଥିଲେ।ଏଠାରେ ଈଶ୍ୱରୀୟ ଜ୍ଞାନ ଶିକ୍ଷା ଦିଆଯାଉ ଥିବାରୁ ଅତ୍ୟନ୍ତ ଖୁସି ଜାହିର କରି ସଂସ୍ଥା ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ବନାଧିକାରୀ ଶ୍ରୀ ମଗର ଧନଜି ରାଓସା,ସହକାରୀ ବନାଧିକାରୀ ଶ୍ରୀ ଧନୁର୍ଜୟ ମହାପାତ୍ର, ଜିଲ୍ଲା ଶିଳ୍ପକେନ୍ଦ୍ର ମହାପ୍ରବନ୍ଧକ ଶ୍ରୀ ବାଣେଶ୍ବର ରାଓ ସୁବୁଧି,ବ୍ରହ୍ମ କୁମାରୀ ସଂସ୍ଥା ର ନିର୍ଦ୍ଦେଶିକା ନିଲମ ଦିଦି ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ 33 ପ୍ରଜାତିର ଗଛ ରୋପଣ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମ କୁମାରୀ ସଂସ୍ଥା ର ନିର୍ଦ୍ଦେଶିକା ବ୍ରହ୍ମ କୁମାରୀ ନିଲମ ଦିଦି ଉପସ୍ଥିତ ସମସ୍ତ ଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମ ସଫଳ କରିବା ନିମନ୍ତେ ପ୍ରଜାପତି ବ୍ରହ୍ମ କୁମାରୀ ବିଶ୍ୱ ବିଦ୍ୟାଳୟର ବ୍ରହ୍ମ କୁମାରୀ ନମିତା, ଗୀତା, ରାକ୍ଷୀ, ବ୍ରହ୍ମ କୁମାର ଗିରିସ, ବିଦ୍ୟା ଏବଂ ବନ ବିଭାଗର ବିଭିନ୍ନ ଅଧିକାରୀ ମାନେ ସହଯୋଗ କରିଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ)
ବ୍ରହ୍ମ କୁମାରୀ ସଂସ୍ଥା ଦ୍ୱାରା ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳିତ।
