(୧୭/୧୧) ନିକଟରେ ସମ୍ପୂ୍ର୍ଣ୍ଣ ହୋଇଥିବା ବିହାର ବିଧାନସଭାକୁ ନେଇ ଛକାପଞ୍ଝା ଲାଗି ରହିଥିବାବେଳେ ଗତକାଲି ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ତେବେ ଏଥର ଆରଜେଡି ପରେ ବିଜେପି ୭୪ ଜଣ ବିଧାୟକ ସହ ଦ୍ୱିତୀୟ ସର୍ବ ବୃହତ ଦଳ ଭାବେ ଉଭା ହୋଇଥିଲେ ବି ମାତ୍ର ୪୩ ଜଣ ବିଧାୟକ ଥିବା ଜେଡିୟୁର ନିତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାରେ କିଛି ‘ଚାଣକ୍ୟ ଗୋଟ’ି ଚାଳନାର ଗନ୍ଧ ବାରି ହେଉଛି । ସମ୍ଭବତଃ, ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ହୁଏତ ବିଜେପି ନିଜେ ମୁଖ୍ୟମନ୍ତ୍ରୀ ପଦ ନ ହାତେଇ ନିଜ ଦଳର ସୁଶୀଳ ମୋଦୀ ପରି ଅଭିଜ୍ଞ ଉପ-ମୁଖ୍ୟମନ୍ତ୍ରୀ ବିଧାୟକ ଥିଲେ ବି ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ମନୋନୀତ କରିଛି । ତେବେ ଜମ୍ମୁ-କଶ୍ମୀର ରାଜ୍ୟରେ ପିଡିପି ସହ ବିଜେପି ଯେପରି ବ୍ୟବହାର ଦେଖାଇଥିଲା, ତାହାର ଜେଡିୟୁ ସହ ପୁନରାବୃତ୍ତି ଯେ ନ ହେବ, ତାହା କହିବା ଏବେଠୁ ସମୀଚୀନ ନୁହେଁ । ଅନ୍ୟ ପକ୍ଷରେ ରାଜ୍ୟର ଏନଡିଏ ମେଣ୍ଟରେ ଥିବା ଭିଆଇପି ଓ ହାମ୍ ପାର୍ଟି ଯେ ଆଗକୁ ବିଜେପିକୁ ସବୁ ପ୍ରସଙ୍ଗରେ ସମର୍ଥନ ଦେବେ, ତାହ ମଧ୍ୟ ସନ୍ଦେହଜନକ । ହୁଏତ ସରକାର ଭାଙ୍ଗିଯିବା ଭୟରେ ବିଜେପି ଏହି ଦୋଷ ମୁଣ୍ଡାଇବାକୁ ନ ଚାହିଁ ନିଜ ହାତରେ ମୁଖ୍ୟମନ୍ତ୍ରୀ ପଦ ରଖିବାକୁ ଚାହିଁ ନାହିଁ ବୋଲି ମଧ୍ୟ କୁହାଯାଉଛି । ତେବେ ନିତିଶ କୁମାରଙ୍କ ନୂତନ ସରକାରରେ ଜେଡିୟୁକୁ ଆଗକୁ ଅଧିକ କ୍ଷତି ସହିବାକୁ ପଡ଼ିବ । ପାଞ୍ଚବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ରାଜ୍ୟରେ ନିର୍ବାଚନ କରି ବିଜେପି ନେତୃତ୍ୱରେ ସରକାର ଗଠନ କରିବା ଲକ୍ଷ୍ୟ ଥିବା କେହିକେହି କହିଲେଣି । ପୋଷ୍ଟାଲ ଭୋଟକୁ ଅକାରଣେ ନାକଚ କରା ଯାଇଥିବା ବୋଲି ତେଜସ୍ୱୀ ଯାଦବ କରିଥିବା ଅଭିଯୋଗକୁ ଯଦି କୋର୍ଟ ଗୁରୁତର ଭାବେ ନିଅନ୍ତି, ତେବେ ସରକାର ଭାଙ୍ଗିଯିବ ବୋଲି ମଧ୍ୟ ଲୋକେ ସନ୍ଦେହ କରିଛନ୍ତି ।
ନିତିଶଙ୍କୁ ଅଡ଼ୁଆରେ ପକାଇ ଫାଇଦା ନେବାକୁ ବିହାରରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ନେଲା ନାହିଁ !
