(୧୦/୯) ଭାରତ ଓ ଚୀନ ମଧ୍ୟରେ ଯେପରି ବର୍ତ୍ତମାନ ବଳ କଷାକଷି ଚାଲିଛି ତାହା ଭୁତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ବୀରତ୍ୱର କାହାଣୀକୁ ମନେ ପକାଇ ଦେଇଛି । ଇଣ୍ଡୋନେସିଆର ସ୍ୱାଧୀନତାରେ ବିଜୁବାବୁଙ୍କ ଅବଦାନ ଲାଗି ସେ ସେଠିକାର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ରେ ସମ୍ମାନିତ ହୋଇଥିଲେ, ହେଲେ ୨୨ ରେଜିମେଣ୍ଡ ଗଠନ କରିବାର ପଛରେ ବିଜୁବାବୁଙ୍କ ଭୂମିକା ଥିବା ନେଇ ପ୍ରାୟ କମ ଲୋକ ଜାଣନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ନୌସେନାର ବର୍ଷିୟାନ ଅଧିକାରୀ ରଞ୍ଜିତ ରାୟ ୨୨ ରେଜିମେଣ୍ଡ ଗଠନ ପଛରେ ବିଜୁବାବୁଙ୍କ ଭୂମିକା ଥିବା ବିଷୟକୁ ଲୋକଲୋଚନକୁ ଆଣିଛନ୍ତି । ୧୯୬୨ ରେ ଚୀନ ସହ ଲଢ଼େଇ କରିବାକୁ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ ନଭେମ୍ବର ୧୪ ରେ ସେତେବେଳର ଗୋଇନ୍ଦା ବିଭାଗର ମୁଖ୍ୟ ବି ଏନ୍ ମଲ୍ଲିକ ଓ ବିଜୁବାବୁଙ୍କ ଦ୍ୱାରା ଗଠନ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି ।
୧୯୬୨ ର ଭାରତ-ଚୀନ ଯୁଦ୍ଧରେ ବିଜୁବାବୁଙ୍କ ଭୂମିକା ସ୍ମରଣୀୟ ବୋଲି କହିଲେ ବର୍ଷିୟାନ ନୌସେନା ଅଧିକାରୀ !
