(୨୦/୯) ଭଙ୍ଗା କୁଡ଼ିଆ ଭିତରେରେ ପଡ଼ି ରହିଥିବା ଅସହାୟ ବୃଦ୍ଧଙ୍କୁ ସହାୟତାର ହାତ ବଢ଼େଇଲେ ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କାର୍ତ୍ତିକ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମର ଏକ ୬୦ ବର୍ଷୀୟ ବୃଦ୍ଧ ସୁବାସ ମୋହନ ବାଗ ଆଜକୁ ପ୍ରାୟ ୫ ବର୍ଷ ହେବ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଭୋକ ଉପାସରେ ଏକ ଭଙ୍ଗା ଦଦରା କୁଡ଼ିଆ ଭିତରେ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ଏନେଇ ଆମେ ଖବର ପ୍ରକାଶ କରିବା ପରେ ସାମାଜିକ କର୍ମୀମାନେ ଅସହାୟ ବୃଦ୍ଧଙ୍କୁ ଥଇଥାନ କରି ଚିକିତ୍ସା ସହ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ ମାଧ୍ୟମରେ ଅବଗତ କରାଇଥିଲେ।ଏହା ପରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ ସୂଚନା ପାଇବା ପରେ ତୁରନ୍ତ ବୃଦ୍ଧ ଙ୍କୁ କିଛି ଶୁଖିଲା ଖାଦ୍ୟ ଓ ହ୍ୱିଲ ଚେୟାର ଦେବା ସହ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଛନ୍ତି ଏବଂ ତାଙ୍କର ଥଇଥାନ କରି ଚିକିତ୍ସା କରାଇବା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।ବିଡ଼ିଓଙ୍କ ଏହି ପ୍ରତିଶ୍ରୁତି ପାଇବା ପରେ ବର୍ତ୍ତମାନ ଅସହାୟ ବୃଦ୍ଧ ଙ୍କ ମନରେ ସୁସ୍ଥ ହେବାର ଆଶା ସଂଚାର ହେବା ସଙ୍ଗେ ସଙ୍ଗେ ବୃଦ୍ଧଙ୍କୁ ଥଇଥାନ ବ୍ୟବସ୍ଥା ହେଇ ପାରିବ ବୋଲି ଗ୍ରାମବାସୀ ଆଶା ବାନ୍ଧିଛନ୍ତି। (ରିପୋର୍ଟ-ବାବୁଲି ଗଣ୍ଡ)
ଆମେ ଖବର ପ୍ରକାଶ କଲା ପରେ ୬୦ ବର୍ଷର ବୃଦ୍ଧଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଡିଓ
