(୦୨/୭) କଣ୍ଟାବାଞ୍ଜି ଭୋକେସନାଲ କଲେଜ ରେ ଜିଲା ସ୍ତରୀୟ ବନମହୋତ୍ସବ ଆୟୋଜିତ ହୋଇଯାଇଛି । କଲେଜ ର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବଲାଂଗୀର ଡ଼ିଏଫଓ ସମୀର କୁମାର ସଥପଥୀ ସଂମାନିତ ଅତିଥି ଭାବେ କଣ୍ଟାବାଞ୍ଜି ଏସଡ଼ିପିଓ ସରୋଜ କୁମାର ମହାପାତ୍ର ଓ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦନକେଲ ଯୋଗ ଦେଇଥିଲେ । ଅଧ୍ୟାପକ ଡ଼ ସଂଜୟ କୁମାର ମିଶ୍ର ସଭା ପରିଚାଳନା କରିଥିଲେ ଓ ଅଧ୍ୟାପକ ଦେବେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ସଭାରେ ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସକଲ ଜଗତର ଅଧାର,ଜଙ୍ଗଲର ସୁରକ୍ଷା ହିଁ ଆମକୁ ଆଗାମୀ ଅନେକ ବିପତି ରୁ ମୁକୁଳାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏହି କଲେଜରେ ନଗର ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହାଦ୍ୱାରା କି ଏଠାରେ ସହସ୍ରାଧିକ ଚାରା ରୋପଣ କରି ତାର ରକ୍ଷଣାବେକ୍ଷଣ କରାଯିବ । (ରିପୋର୍ଟ: ଏସ୍କେ ସମିମ୍)
କଣ୍ଟାବାଞ୍ଜି ଭୋକେସନାଲ କଲେଜରେ ଜିଲା ସ୍ତରୀୟ ବନହୋତ୍ସବ
