(୧୬/୮) କିଛିଦିନ ତଳେ ଇସଲାମର ଭବିଷ୍ୟତବକ୍ତାଙ୍କୁ ନିନ୍ଦା କରି ଫେସବୁକରେ ପୋଷ୍ଟ କରିବା ଦ୍ୱାରା ବାଙ୍ଗାଲୋରରେ ଯେପରି ଦଙ୍ଗା ହେଲା, ତାଦ୍ୱାରା ମୁଖ୍ୟଧାରାରେ ଥିବା କେତେକ ଗଣମାଧ୍ୟମ ଏବେ ଜନସାଧାରଣଙ୍କ ଶତୃ ଭାବେ ଲୋକଙ୍କ ଧାରଣା ହେଇଛି । ଫେସବୁକରେ ପୋଷ୍ଟ କରିଥିବା ପି ନବୀନ କୁମାର ନାମକ ଉକ୍ତ ଯୁବକଙ୍କ ଗଣମାଧ୍ୟମରେ ଚରିତ୍ରହାନି କରାଯାଉଥିବା ଅଭିଯୋଗ ହୋଇଛି । ‘ଡେକାନ୍ ହେରାଲ୍ଡ’ ପତ୍ରିକା ନବୀନକୁ ଅଭ୍ୟାସଗତ ଅପରାଧି ଭାବେ ଉପସ୍ଥାପନ କରିଥିବାବେଳେ ଉକ୍ତ ୩୫ ବର୍ଷର ଯୁବକ ଜଣେ ଦଳିତ କଂଗ୍ରେସ ବିଧାୟକଙ୍କୁୁ ପୁତୁରା ଯିଏକି ହିରୋଇନ୍ ସନ୍ନି ଲିଓନିଙ୍କ ଏକ ପ୍ରଶଂସକ ବୋଲି ‘ଇଣ୍ଡିଆ ଟୁଡେ’ ତାକୁ ଚିତ୍ରଣ କରିଥିବା ୱେବ୍ ପତ୍ରିକା-‘ଓପିଇଣ୍ଡିଆ’ ପ୍ରକାଶ କରିଛି । ଏଥିରେ କୁହାଯାଇଛି ଯେ, ଏହି ଦଙ୍ଗାରେ ସନ୍ନି ଲିଓନିଙ୍କ କୌଣସି ସମ୍ପର୍କ ନ ଥିଲେ ବି ନବୀନକୁ ଏହି ଘଟଣାର ଖଳନାୟକ ଯାହା ପାଇଁ ମୁସଲିମ ସମ୍ପ୍ରଦାୟ ଏହି ଘଟଣା ଭିଆଇବା ପାଇଁ ବାଧ୍ୟ ହେଲେ ବୋଲି କଂଗ୍ରେସ ବିଧାୟକଙ୍କ ପରିବାରକୁ ଦାୟୀ କରିଛନ୍ତି । ନବୀନ ଘର ପାଖରେ ରହୁଥିବା ଜଣେ ସିକ୍ୟୁରିଟି ଗାର୍ଡ଼ ଓ ଜଣେ ଡ୍ରାଇଭର ନବୀନକୁ କେବେ କାମଧନ୍ଦାକୁ ଯାଉଥିବା ସେମାନେ ଦେଖି ନାହାନ୍ତି ବୋଲି କହିଥିବା ‘ଇଣ୍ଡିଆ ଟୁଡେ’ ପ୍ରକାଶ କରିଛି ବୋଲି ଏହି ୱେବ୍ ପତ୍ରିକା ଅଭିଯୋଗ କରିଛି । ସୂଚନାଯୋଗ୍ୟ ଯେ, ଏହି ଦଙ୍ଗା ଘଟଣା ଯୋଗୁଁ ଫେସବୁକ ପୋଷ୍ଟ କରିଥିବା ଯୁବକର ସମ୍ପର୍କୀୟ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତୀଙ୍କ ବାସଭବନ ଓ ଗୋଟିଏ ଥାନାରେ ନିଆଁ ଲଗାଇ ଦେବା ସହ ଭିଡ଼ରେ ଥିବା ଲୋକେ ଅନେକ ପୋଲିସ କର୍ମଚାରୀଙ୍କ ଗାଡ଼ିମଟର ପୋଡ଼ି ଦେଇଥିଲେ ଓ ବିଧାୟକଙ୍କ ସମ୍ପର୍କୀୟଙ୍କ ଜିନିଷପତ୍ର ଲୁଟପାଟ କରିଥିବା ଜଣାପଡ଼ିଛି । ଘଟଣା ଯୋଗୁଁ ଏଯାଏଁ ୪ ଜଣ ମୃତ୍ୟ ବରଣ କରିଥିବାବେଳେ ଅନେକେ ଆହତ ହୋଇଛନ୍ତି । ଏଥିରେ ସଂପୃକ୍ତ ଅନେକ ଲୋକଙ୍କୁ ଅଟକ ରଖା ଯାଇଥିବାବେଳେ ପ୍ରାୟ ୨୦୦ ଲୋକଙ୍କୁ ପୋଲିସ୍ ଏଯାଏଁ ଗିରଫ କଲାଣି ।
ବାଙ୍ଗାଲୋର ଦଙ୍ଗା : ମୁଖ୍ୟଧାରାରେ ଥିବା ଗଣମାଧ୍ୟମ ଏବେ ଜନସାଧାରଣଙ୍କ ଶତୃ ଭାବେ ମନେ ହେଉଛି !
