(୨୩/୯) ବର୍ତ୍ତମାନ କରୋନା ମହାମାରୀ ଅତ୍ୟନ୍ତ ଭୟଙ୍କର ମହାମାରୀ ରୂପ ନେଇ ସାରିଛି ଓ ନିତିଦିନ ବଲାଙ୍ଗୀର ସହରରେ ଏକାଧିକ ବହୁମୂଲ୍ୟ ଜୀବନ ନେଇଅଛି, ଏଣୁ ବର୍ତ୍ତମାନ ବହୁମୂଲ୍ୟ ଜୀବନ ସୁରକ୍ଷିତ ରଖିବାପାଇଁ ବଲାଙ୍ଗୀର ସହରର ବଣିକ ସଂଘ, ପ୍ରମୁଖ ରାଜନୈତିକ ଦଳ, ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ‘କରୋନା ନିୟନ୍ତ୍ରଣ କମିଟି’ ଗଠନ କରାଯାଇଛି। ଏହି କମିଟିର ନିଷ୍ପତିକ୍ରମେ ଆସନ୍ତା ୨୫ ତାରିଖ ଶୁକ୍ରବାର ଠାରୁ ୧ ଅକ୍ଟୋବର ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି। କିନ୍ତୁ ଏଥିରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା :- ଔଷଧ, କିରାନା, ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ, ଫଳ, ପନିପରିବା, ସାର ବିହନ, ମାଛ, ମାଂସ, ଅଣ୍ଡା, ଚା ଓ ପାନଦୋକାନ ଦୋକାନ ଗୁଡିକ ସକାଳ ୬ ଘଣ୍ଟା ରୁ ଅପରାହ୍ନ ୧ ଟା ପଯ୍ୟନ୍ତ ଖୋଲା ରହିବ। ତା ସଂଗକୁ ହୋଟେଲ ଗୁଡିକ ସକାଳ ୭ ଘଣ୍ଟା ରୁ ରାତି ୯ ଟା ପଯ୍ୟନ୍ତ ପାର୍ସଲ ଦେଇ ପାରିବେ ବୋଲି ‘କରୋନା ନିୟନ୍ତ୍ରଣ କମିଟି’ର ଆବାହକ ତ୍ରିପୁରାରୀ ପାଣିଗ୍ରାହୀ ଅନୁରୋଧ କରିଛନ୍ତି ।
ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧ ଯାଏଁ ବଲାଙ୍ଗୀର ବନ୍ଦ ରଖିବାକୁ ‘କରୋନା ନିୟନ୍ତ୍ରଣ କମିଟି’ର ଆହ୍ୱାନ !
