ଗଣ୍ଡାବଜାର କଳାକାରମାନଙ୍କ ଆର୍ଥୀକ ଅବସ୍ଥା ସୁଧାରିବାକୁ ବଲାଙ୍ଗୀର ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ !


(୨୨/୯) ବଲାଙ୍ଗୀର ଜିଲ୍ଲାରେ ଅଳ୍ପ ଦିନ ତଳେ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଆଇଏଏସ୍ ଚଂଚଳ ରଣା ଜିଲ୍ଲାର ଗଣ୍ଡାବଜାର କଳାକାରମାନଙ୍କ ସପକ୍ଷରେ ଛିଡ଼ା ହେବାକୁ ସେ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଜିଲ୍ଲାରେ ଗଣ୍ଡାବଜା ହେଉଛି ସବୁଠାରୁ ପୁରୁଣା ପାରମ୍ପରିକ ବାଦ୍ୟ । ଅନେକ ଲୋକ ଏହି ବାଦ୍ୟ ସହ ସଂପୃକ୍ତ । ହେଲେ କେତେକ କାରଣ ଯୋଗୁଁ ଏହି ବାଦ୍ୟର ମହତ୍ତ୍ୱ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏପରିକି ଯେ ଏହି ବାଦ୍ୟ ବଜାଉଥିବା ଲୋକଙ୍କ ସାମାଜିକ ଓ ଆର୍ଥୀକ ଅବସ୍ଥା ଅତ୍ୟନ୍ତ ଦୟନୀୟ । ଏଥିପାଇଁ ବିଭିନ୍ନ କ୍ଷେତ୍ରରୁ ଏମାନଙ୍କୁ ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ରହିଛି । କଳାକାରମାନଙ୍କୁ ସୁରକ୍ଷା ମିଳିଲେ କଳା ମଧ୍ୟ ସୁରକ୍ଷିତ ରହିବ । ତେଣୁ ଯଥାଶୀଘ୍ର ଗଣ୍ଡାବଜାର କଳାକାର ମାନଙ୍କ ନିମନ୍ତେ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ୍ କଳା ସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘରେ ବହୁତ କଳାକାର ପଞ୍ଜିକରଣ କରିଥିବା ସେ ଦର୍ଶାଇଛନ୍ତି । ଯଦି ବା କୌଣସି କଳାକାର ଏଯାଏଁ ଏଥିରେ ପଞ୍ଜିକରଣ କରି ନାହାନ୍ତି, ତାଙ୍କୁ ସେପ୍ଟେମ୍ବର ୩୦ ଭିତରେ ପଞ୍ଜିକରଣ କରି ରିପୋର୍ଟ ଦେବାକୁ ଏଥିରେ ସେ ଉଲ୍ଲେଖ କରିଛନ୍ତି । (ରିପୋର୍ଟ-ଏସ୍ କେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଗଣ୍ଡାବଜାର କଳାକାରମାନଙ୍କ ଆର୍ଥୀକ ଅବସ୍ଥା ସୁଧାରିବାକୁ ବଲାଙ୍ଗୀର ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ !