(୧୦/୮) ଜଣେ ୫୫ ବର୍ଷ ବୟସ୍କ ଦଳିତ ମହିଳା ଓ ତାଙ୍କ ୨୫ ବର୍ଷ ବୟସ୍କ ପୁଅ ମୃତ ଗାଈର ଶବ ଉଠାଇବାକୁ ମନା କରିବାରୁ ସେମାନଙ୍କୁ ମାଡ଼ପିଟ କରିଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ଗୁଜରାତର ଗାନ୍ଧୀନଗରରେ ଥିବା ମାନ୍ସା ନାମକ ଏକ ଗାଁରେ । ଘଟଣାରୁ ପ୍ରକାଶ ଯେ, ସୁରେଶ ସିଂ ଚାଓଡା ନାମକ ଜଣେ ବ୍ୟକ୍ତି କୁଲଦୀପ ପରମାର ଓ ତାଙ୍କ ମାଙ୍କୁ ତା ଘରେ ମରି ପଡ଼ିଥିବା ଗାଈର ଶବ ଉଠାଇବାକୁ କହିଥିଲା । ତେବେ ସେମାନେ ଉଭୟେ ତାହା କରିବାକୁ ମନା କର ଦେଇଥିଲେ । ତେବେ କିଛି ସମୟ ପରେ ସୁରେଶ ମଦ ପିଇ ସେମାନଙ୍କ ଘରକୁ ଆସି ସେମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ପିଟ ମଧ୍ୟ କରିଥିଲା । ପଡ଼ୋଶୀ ଲୋକେ ଘଟଣାରେ ହସ୍ତକ୍ଷେପ କରି ଉଭୟ ମା-ପୁଅଙ୍କୁ ମଦୁଆ ସୁରେଶର ଦାଉରୁ ରକ୍ଷା କରିଥିଲେ ବୋଲି ସୂଚନା ମିଳିଛି । ଘଟଣା ବିଷୟରେ ପୋଲିସ୍କୁ ଜଣାଇବାରୁ ସୁରେଶ କେବଳ ସାଧାରଣ ଏକ ଦଫା ପୋଲିସ୍ ଲଗାଇବାରୁ ତାକୁ ଶୀଘ୍ର ଜାମିନ ମିଳିଗଲା । ତେବେ ପୁଣି ଅଭିଯୋଗ ହେବା ପରେ ତା ବିରୁଦ୍ଧରେ ହରିଜନ ନିର୍ଯ୍ୟାତନା ଆଇନ୍, ଆଇପିସିର ଧାରା ୩୨୩, ୫୦୪ ଓ ୫୦୬ ଲାଗୁ କରି ତାକୁ ପୋଲିସ୍ ପୁଣି ଗିରଫ୍ କରିଥିଲା । ଏହି ଘଟଣାଟି ଏକ ସାଧାରଣ ଘଟଣା ବୋଲି ମନେ ହେଉଥିଲେ ବି ଉନ୍ନାଠାରେ ଏକ ଦଳିତ ପରିବାରର ୭ ଜଣ ସଦସ୍ୟଙ୍କୁ ଉଚ୍ଚଜାତିର ୪୦ ଜଣ ଲୋକ ଏକ ମୃତ ଗାଈର ଚମଡ଼ା ଛଡ଼ାଉଥିଲେ ବି ତାହାକୁ ଏକ ଗୋହତ୍ୟାର ରୂପ ଦେଇ କିପରି ଆକ୍ରମଣ କରିଥିଲେ, ସେହି ଘଟଣାକୁ ମନେ ପକାଇଦିଏ ।
ଦଳିତ ମା-ପୁଅ ମୃତ ଗାଈର ଶବ ଉଠାଇବାକୁ ମନା କରିବାରୁ ମାଡ଼ପିଟ
