କଂଗ୍ରେସ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ଯୋଗୁଁ ଟେଲିଭିଜନ ଏଙ୍କରଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ !


(୧୩/୮) ଗତକାଲି ‘ଆଜତକ୍‌’ ଚ୍ୟାନେଲର ଏକ ବିତର୍କ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରବକ୍ତା ରାଜୀବ ତ୍ୟାଗୀ ଭାଗ ନେବାକୁ ସନ୍ଧ୍ୟା ୫ ଟାରେ ଯାଇଥିଲେ ଓ ସେଥିରେ ଅଂଶ ଗ୍ରହଣ କରି ଫେରିବାର କିଛି ସମୟ ପରେ ସେ ଅକସ୍ମାତ୍ ପ୍ରାଣ ହରାଇବାକୁ ନେଇ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ଚାଲିଛି । ଟେଲିଭିଜନ ବିତର୍କରେ ତାଙ୍କର ପ୍ରତିପକ୍ଷ ଭାବରେ ବିଜେପିର ସନ୍ଦୀପ ପାତ୍ର ଉପସ୍ଥିତ ଥାଇ ଯେପରି ବ୍ୟକ୍ତିଗତ ଆକ୍ଷେପ କଲେ, ତାହାକୁ ନେଇ ଟେଲିଭିଜନ୍‌, ଏଙ୍କର, ସାମ୍ବାଦିକମାନଙ୍କ ପ୍ରତି ବିଶିଷ୍ଟ ବ୍ୟକ୍ତିମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଉକ୍ତ ଟିଭି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି ଯେ, ସନ୍ଦୀପ ପାତ୍ର ଶ୍ରୀ ତ୍ୟାଗିଙ୍କୁ କପାଳରେ ଟୀକା ଲଗାଇବା ଉପରେ ମଧ୍ୟ ବାରମ୍ବାର ପ୍ରଶ୍ନ କରୁଛନ୍ତି ଯେ, ଜଣେ ଟୀକା ଲଗାଇଦେଲେ ପ୍ରକୃତରେ ଭକ୍ତ ହୋଇଯାଏ ନାହିଁ । ତେବେ ସନ୍ଦୀପ ପାତ୍ରଙ୍କ ଏତାଦୃଶ ମନୋଭାବ ପାଇଁ ହୁଏତ ଶ୍ରୀ ତ୍ୟାଗୀ ନିଜକୁ ଅପଦସ୍ତ ମନେ କରି ଖୁବ ଭାବବିହ୍ୱଳ ହୋଇ ଯିବାରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଲୋକେ ଶ୍ରୀ ପାତ୍ରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ରାଜୀବ ତ୍ୟାଗୀଙ୍କୁୁ ହତ୍ୟା କରାଯାଇଛି ବୋଲି ମଧ୍ୟ କେତେକ ଅଭିଯୋଗ ଆଣିଛନ୍ତି । ବିଭିନ୍ନ ଟିଭି ବିତର୍କ କାର୍ଯ୍ୟକ୍ରମରେ ଭାଗ ନେବାବେଳେ ଶାସକ ପକ୍ଷରୁ ତିନି ଚାରି ଜଣ ଥିବାବେଳେ କଂଗ୍ରେସ ପକ୍ଷରୁ କେବଳ ଜଣେ ପ୍ରବକ୍ତାଙ୍କୁ ସୁଯୋଗ ମିଳିଥାଏ । ଏହା କ’ଣ ଅନ୍ୟାୟ ନୁହେଁ ବୋଲି କଂ୍‌ଗ୍ରେସର ଜଣାଶୁଣା ପ୍ରବକ୍ତା ପ୍ରଫେସର ଗୌରବ ବଲ୍ଲଭ ପ୍ରଶ୍ନ କରିଛନ୍ତି । ଅନେକ ସମୟରେ ଏପରି ବିତର୍କରେ ମର୍ଯ୍ୟାଦା ମଧ୍ୟ ରହୁ ନଥିବା ଅଭିଯୋଗ ହୋଇଛି । ଅନ୍ୟ ପ୍ରକାରେ ବିତର୍କରେ ଭାଗ ନେବା ଲୋକଙ୍କୁ ଯେପରି ଶାସକ ଦଳ ପକ୍ଷରୁ ବ୍ୟକ୍ତିଗତ ଆକ୍ଷେପ କରାଯାଉଛି, ତାହା ଜନତା ବିଚାର କରନ୍ତୁ ବୋଲି ମଧ୍ୟ କେତେକ ନେତା ଅପିଲ୍ କରିଛନ୍ତି । ଜଣେ ହିନ୍ଦୀ ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପାଇଁ ଯଦି ସିବିଆଇ ଯାଂଚ ହେଇ ପାରୁଛି, ତେବେ ରାଜୀବ ତ୍ୟାଗୀଙ୍କ ମୃତ୍ୟୁକୁ ନେଇ କାହିଁକି ସିବିଆଇ ଯାଂଚ ହୋଇ ପାରିବ ନାହିଁ ବୋଲି କେତେକେ ପ୍ରଶ୍ନ ଉଠାଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଂଗ୍ରେସ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ଯୋଗୁଁ ଟେଲିଭିଜନ ଏଙ୍କରଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ !