(୦୬/୮) ଚୀନରେ ଭୂତାଣୁ ଜନତି ଅନ୍ୟ ଏକ ସଂକ୍ରାମକ ରୋଗ ବ୍ୟାପୁ ଥିବାର ଖବର ମିଳିଛି । ସେଠିକାର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଏହି ଭୂତାଣୁ ଦ୍ୱାରା ଏଯାଏଁ ୭ ଜଣ ମୃତ୍ୟୁ ବରଣ କରି ସାରିଥିବାବେଳେ ୬୦ ଜଣ ବର୍ତ୍ତମାନ ସଂକ୍ରମିତ ଅଛନ୍ତି । ଏହା ଜଣେ ମଣିଷଠୁ ଅନ୍ୟ ଜଣେ ମଣିଷକୁ ବ୍ୟାପୁ ଥିବାର ସେଠାରେ ପ୍ରକାଶ କରାଯାଇଛି । ୩୭ ଜଣ ଲୋକ ଚୀନର ପୂର୍ବ ଜିଆଙ୍ଗ୍ସୁ ଅଂଚଳରେ ଗତ ୬ ମାସ ଭିତରେ ଆକ୍ରାନ୍ତ ହୋଇଥିଲେ ଓ ପରେ ୨୩ ଜଣ ସେହି ପାଖରେ ଥିବା ଆହ୍ନୁଇ ଅଂଚଳରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜିଆଂଙ୍ଗସୁ ପ୍ରଦେଶର ରାଜଧାନୀ ନାନଜିଙ୍ଗର ଜଣେ ମହିଳାଙ୍କୁ କାଶ ଓ ଶର୍ଦ୍ଦି ହେଉଥିଲା । ଡାକ୍ତରଖାନାରେ ସେ ଗୋଟିଏ ମାସ ଭତ୍ତର୍ତ୍ତି ହୋଇ ସେ ଘରକୁ ଫେରିଥିଲେ । ସେଠାରେ ଏଯାଏଁ ୭ ଜଣ ମୃତ୍ୟୁ ବରଣ କଲେଣି ବୋଲି ସେଠିକାର ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ ପକ୍ଷରୁ କୁହାଯାଇଛି ।
ଚୀନରେ ଆଉ ଏକ ଭାଇରସ ବାହାରିଲା : ୭ ଜଣ ମୃତ, ୬୦ ଆକ୍ରାନ୍ତ
