(୧୫/୯) କଣ୍ଟାବାଞ୍ଜି ସହର ତଥା ଆଖପାଖ ଅଂଚଳେ ଦିନକୁ ଦିନ କରୋନା ରୋଗୀ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ସାମାଜିକ ଦୂରତାକୁ ନା ଏନ୍ଏସି ଅଧିକାରୀ ନା ଲୋକମାନେ ବୋଲି ଅଭିଯୋଗ ହୋଇଛି । ଦୁଇଦିନ ତଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏନଏସି ରେ ମାସ୍କ ଓ ସାନିଟାଇଜର ବଣ୍ଟାନ କରି କରୋନା ରୋଗରୁ ବଂଚିବା ପାଇଁ ସତର୍କ କରାଇଥିବାବେଳେ ଆଜି ଏନ୍ଏସି କାର୍ଯ୍ୟାଳୟ ଭିତରେ ଭତ୍ତା ପାଇଁ ଲୋକଙ୍କ ଭିଡ଼ ଦେଖିଲେ ଜଣାପଡ଼ୁଛି ଯେ, ଏନ୍ଏସି କାର୍ଯ୍ୟାଳୟ କେତେ କରୋନା ରୋଗ ପ୍ରତିକାର ପାଇଁ ପ୍ରସ୍ତୁତ ରହିଛି । ଏନ୍ଏସି ପାଖରେ ପ୍ରତ୍ୟେକ ୱାର୍ଡ଼ର ଅଫିସ୍ ରହିଛି, ସେଠାରେ ଏହି ବାର୍ଦ୍ଧକ୍ୟ ଭତ୍ତା ଦେବା କଥା ଓ ପୂର୍ବରୁ ମିଳୁ ବି ଥିଲା । କିନ୍ତୁ ଏନ୍ଏସି କାର୍ଯ୍ୟାଳୟରେ ସୋସିଏଲ ଡିଷ୍ଟାନସିଂକୁ ଫୁ କରି ଭତ୍ତା ଦେବା କେତେ ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । (ରିପୋର୍ଟ-ଏସକେ ସମିମ୍)
କଣ୍ଟାବାଞ୍ଜି ଏନଏସି କାର୍ଯ୍ୟାଳୟରେ ସୋସିଏଲ ଡିଷ୍ଟାନସିଂ ନିୟମକୁ ଫୁ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ନିୟମ କୋହଳ !
