(୦୬/୮) ବଲାଙ୍ଗୀର ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଗାମୀ ୮ ତାରିଖ ଶନିବାର ଦିନରୁ ଚାରି ଦିନ ପାଇଁ ଅର୍ଥାତ୍ ୧୧ ତାରିଖଯାଏଁ ଜିଲ୍ଲାରେ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ଚାରିଦିନଯାଏଁ କୌଣସି ଯାନବାହନ ଚଳାଚଳ କରିବ ନାହିଁ, ସମସ୍ତ ଦୋକାନ ବଜାର ବନ୍ଦ ରହିବ ଓ ଲୋକେ ଜନଗହଳି କରି ପାରିବେ ନାହିଁ ବୋଲି ଜିଲ୍ଲାପାଳଙ୍କ ଆଦେଶରେ କୁହାଯାଇଛି । କେବଳ ଜରୁରୀ ସେବା ଯେପରି ଚିକିତ୍ସା ସମ୍ବନ୍ଧୀୟ ମେଡିକାଲ ପ୍ରତିଷ୍ଠାନ, ଅଗ୍ନିଶମ, ପୋଲିସ୍, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରୁରୀ ସେବାରେ ଥିବା ଅଧିକାରୀ, ପେଟ୍ରୋଲ ପମ୍ପ, ଗଣମାଧ୍ୟମ, ଜଳ ଯୋଗାଣ, ପରିମଳ, ବିଦ୍ୟୁତ ଯୋଗାଣ, ମାଲବାହୀ ଗାଡ଼ି, ଶିଳ୍ପ୍ ପ୍ରତିଷ୍ଠାନ, କଳକାରଖାନା ଓ ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ରହିଛି ବୋଲି ଏଥିରେ ପ୍ରକାଶ କରାଯାଇଛି ।
ବଲାଙ୍ଗୀରରେ ୮ ରୁ ୧୧ ଯାଏଁ ପୁଣି ଚାରି ଦିନିଆ ସଟ୍ ଡାଉନ୍ ଘୋଷଣା
