(୧୫/୧୦) ରାଜ୍ୟରେ ବିଭିନ୍ନ ସମୟରେ ମୋଟରଯାନ ଆଇନ ଅବମାନନା କରୁଥିବା ଯାନବାହନକୁ ଧରପଗଡ଼ କରି ବ୍ୟାପକ ଜରିମାନା ଅସୁଲି କରୁଥିବା ଶୁଣିବାକୁ ମିଳେ । ଏହି କ୍ରମରେ କୋରାପୁଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଓଡି୧୦ଏଫ୍ ୦୪୦୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ବସ ଭୁବନେଶ୍ୱରରେ ପରିବହନ ବିଭାଗ ଦ୍ୱାରା ଧରା ପଡ଼ିଥିବା ଭୁବନେଶ୍ୱରର ଆରଟିଓ ସୂଚନା ଦେଇଛନ୍ତି । ତେବେ କାଗଜପତ୍ର ଯାଂଚ ସମୟରେ ଜଣାପଡ଼ିଥିଲା ଯେ ମେ ୨୦୧୯ ରୁ ଆଜି ପର୍ଯ୍ୟନ୍ତ ଗାଡ଼ିଟିର ମୋଟରଯାନ ଟ୍ୟାକ୍ସ ଦିଆଯାଇ ନାହିଁ । ଏହା ସହ ମାଲ ନେବା ଆଣିବା କରିବା ନିମନ୍ତେ ଉପଯୁକ୍ତ ଅନୁମତି ପାଇ ନଥିବାରୁ ବସ୍ ମାଲିକଙ୍କୁ ୫,୬୬,୯୮୧ ଟଙ୍କା ଜରିମାନା କରାଯାଇଥିଲା ।
କୋରାପୁଟରୁ ଭୁବନେଶ୍ୱର ଯାଉଥିବା ଏକ ବସ୍ ମାଲିକକୁ ୫ ଲକ୍ଷ ଟଙ୍କା ଗଣିବାକୁ ପଡ଼ିଲା !
