ଝାରସୁଗୁଡ଼ା, କଳାହାଣ୍ଡି,ଢେଙ୍କାନାଳ ଓ କୋରାପୁଟ ଜିଜ୍ଲାର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ଆହୁରି ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କେନ୍ଦ୍ରାପଡ଼ାର ୧୩ ଜଣ, ଗଞ୍ଜାମ ଓ ବାଲେଶ୍ୱରର ୧୨ ଜଣ ଲେଖାଏଁ, ପୁରୀର ୧୦ ଜଣ, ଭଦ୍ରକର ୬ ଜଣ, ନୟାଗଡ଼ର ୩ ଜଣ, ଯାଜପୁରର ୨ ଜଣ ତଥା ଦେଓଗଡ଼, ସୁନ୍ଦରଗଡ଼ ଓ କଟକର ଜଣେ ଲେଖାଏଁ ରହିଛନ୍ତି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ କୁ ବୃଦ୍ଧି ପାଇଛି । ମିଳିଥିବା ତଥ୍ୟ ଅନୁଯାୟୀ ଗଞ୍ଜାମରେ ଏବେ ବି ସର୍ବାଧିକ ୨୬୧ ଜଣ, ବାଲେଶ୍ୱର ୮୨ ଜଣ ଓ ଯାଜପୁରର ୪୨ ଜଣ ଆକ୍ରାନ୍ତ ଚିକିତ୍ସାଧିନ ସହ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଦେବଗଡ଼ର କେବଳ ଜଣେ ଓ ବଲାଙ୍ଗିରର ୨ ଜଣ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ହେଲେ ବର୍ତ୍ତମାନ ଝାରସୁଗୁଡ଼ା, କଳାହାଣ୍ଡି,ଢେଙ୍କାନାଳ ଓ କୋରାପୁଟ ଜିଜ୍ଲାରେ ଥିବା ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଝାରସୁଗୁଡ଼ା, କଳାହାଣ୍ଡି,ଢେଙ୍କାନାଳ ଓ କୋରାପୁଟ ଜିଜ୍ଲାର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ